ଥରୁଛି ଓଡ଼ିଶା: ଆଜିଠୁ ବର୍ଷା ସମ୍ଭାବନା

0 68

ଭୁବନେଶ୍ୱର, ୨୦ା୧୧(ଡିକେ ନ୍ୟୁଜ): ପ୍ରବଳ ଜାଡରେ ଥରୁଛି ଓଡିଶା । ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ୧୨ ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି । ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ପାରଦ ତଳ ମୁହାଁ ହୋଇଛି । ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ଲଗାତାର ଭାବେ ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟର ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି । ଫଳରେ ଏହିସବୁ ସ୍ଥାନରେ ଅଧିକ ମାତ୍ରାରେ ଶୀତ ଅନୁଭୂତ ହେବ ବୋଲି କେନ୍ଦ୍ର କହିଛି । ତେବେ ରାଜ୍ୟର ୧୨ ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି । ଜି.ଉଦୟଗିରି (କନ୍ଧମାଳ) ୮ଡ଼ିଗ୍ରୀ, ସେମିଳିଗୁଡା (କୋରାପୁଟ) ୮ ଡ଼ିଗ୍ରୀ, କିରେଇ(ସୁନ୍ଦରଗଡ) ୯.୫ଡ଼ିଗ୍ରୀ, ଫୁଲବାଣୀ (କନ୍ଧମାଳ) ୯.୬ ଡ଼ିଗ୍ରୀ, ଦାରିଙ୍ଗବାଡି (କନ୍ଧମାଳ) ୧୦ଡ଼ିଗ୍ରୀ, କୋରାପୁଟ ୧୦ ଡ଼ିଗ୍ରୀ, କେନ୍ଦୁଝର ୧୦ ଡ଼ିଗ୍ରୀ, ଭବାନୀପାଟଣା (କଳାହାଣ୍ଡି) ୧୦.୬ ଡ଼ିଗ୍ରୀ, ଝାରସୁଗୁଡା ୧୦.୮ ଡ଼ିଗ୍ରୀ, ଚିପିଲିମା (ସମ୍ବଲପୁର) ୧୦.୮ ଡ଼ିଗ୍ରୀ, ସୁନ୍ଦରଗଡ ୧୨.୫ ଡ଼ିଗ୍ରୀ, ଦେବଗଡ ୧୨.୫ ଡ଼ିଗ୍ରୀ ରହିଛି । ଅନ୍ୟପଟେ ଘନ କୁହୁଡିର ·ଦର ତଳେ ସାରା କନ୍ଧମାଳ ରହୁଛି । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି ଲୋକେ । ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇଦିନ ହେଲା ଥଣ୍ଡା ମାଡି ଆସୁଛି । ଫଳରେ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡୁଛି, ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ·ହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି । ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଛି ଜନ ଜୀବନ । ତେବେ ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଛୁଟି ଆସୁଛନ୍ତି ପର୍ଯ୍ୟଟକ । ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଆସ୍ତେ ଆସ୍ତେ ଭିଡ଼ ମଧ୍ୟ ଜମିଲାଣି । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁ·ପ ଅବପାତରେ ପରିଣତ ହୋଇଛି । ଏହି ଲଘୁ·ପ କ୍ଷେତ୍ର ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି । ଏହି ଲଘୁ·ପଟି ତୀବ୍ରତା ବଜାୟ ରଖିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ୨ ଦିନ ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡ଼ୁ ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ । ଏହାର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ରହିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୧ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ମୁଖ୍ୟତଃ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦିରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିପରି ୨୨ ତାରିଖର ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ଷା ଓ ଲଘୁ·ପ ଯୋଗୁଁ ରାଜ୍ୟକୁ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହେବ । ଏହାଦ୍ୱାରା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ହେବ ଓ ଶୀତ କମିବ । ୨୩ ତାରିଖରୁ ବଢିବ ରାତିର ତାପମାତ୍ରା । ସ୍ୱାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave A Reply

Your email address will not be published.