ବର୍ଷାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ନବୀନ

0 65

ପଦ୍ମପୁର, ୨ା୧୨(ଡିକେ ନ୍ୟୁଜ): ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌ । ନିର୍ବାଚନ ପୂର୍ବରୁ ଆଜି ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ର·ରକ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ନିର୍ବାଚନୀ ସଭାରେ ନବୀନ କିଛିଦିନ ଧରି ବିଜେପିର ରାଜ୍ୟନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ର·ରର କଡା ଜବାବ ଦେବା ସହ ଲୋକଙ୍କ ଆଗରେ ନିଚ୍ଛକ ସତକଥା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ନେତାମାନେ ୨୦୧୪ରେ କହିଥିଲେ ଏମ୍‌ଏସ୍‌ପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ·ଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ·ଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ·ଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି ।

Leave A Reply

Your email address will not be published.