ପୁଣି ଆଉ ଏକ ଲଘୁଚାପ ୧୫ରେ ନେବ ଅବପାତର ରୂପ

0 63

ଭୁବନେଶ୍ୱର, ୧୩ା୧୨(ଡିକେ ନ୍ୟୁଜ): ସୃଷ୍ଟି ହେଲା ଲଘୁ·ପ । ବାତ୍ୟା ପରେ ରାଜ୍ୟରେ ପ୍ରଭାବିତ ହେଉଛି ଶୀତ । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର କେରଳ ଓ କର୍ଣ୍ଣାଟକ ଉପକୂଳରେ ଏହି ଲଘୁ·ପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଲଘୁ·ପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । କାଲି ସକାଳେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ହେବ ୱେଲ ମାର୍କଡ ଲୋ ପ୍ରେସର । ଏହା ଅଧିକ ଘନୀଭୂତ ହୋଇ ୧୫ ତାରିଖ ସକାଳେ ଏକ ଅବପାତରେ ପରିଣତ ହେବ । ଏଥିପାଇଁ କାଲିଠାରୁ ୧୭ ତାରିଖ ଯାଏ ପୂର୍ବ କେନ୍ଦ୍ରୀୟ ଆରବ ସାଗର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଡିସେମ୍ବରରେ ପଛକୁ ପଛ ଲଘୁ·ପ କ୍ଷେତ୍ର ସୃଷ୍ଟି ହେଉଛି । ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଗାଏବ ହୋଇଛି ଶୀତ । ଏପରିକି ୩.୫ ଡିଗ୍ରୀରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ରାତି ତାପମାତ୍ରା । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୮.୨ ଡିଗ୍ରୀ ବଢ଼ି ୧୭.୫ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୮.୧ଡିଗ୍ରୀ ସେଲସିୟସ ବଢ଼ି ୨୧ ଡିଗ୍ରୀରେ ପହଞ୍ଚିଛି । ତାପମାତ୍ରା ୩.୮ ଡିଗ୍ରୀ ବୃଦ୍ଧି ପାଇଁ ୧୮.୪ ଡିଗ୍ରୀ କଟକରେ ରହିଥିବା ବେଳେ ୩.୫ ଡିଗ୍ରୀ ବୃଦ୍ଧି ଘଟି ୧୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ରାଜଧାନୀ ତାପମାତ୍ରା । ଅନ୍ୟପଟେ ଉପକୂଳ ଓଡ଼ିଶାରେ ଅନୁଭୂତ ହୋଇଛି ଘନ କୁହୁଡ଼ି । ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ଦୂରତା ୧୦୦ ମିଟର ତଳେ ରେକର୍ଡ ହୋଇଛି । ଭୁବନେଶ୍ୱର, କଟକ, ·ନ୍ଦବାଲି ଓ ପାରାଦୀପରେ ୫୦ ମିଟର ଦୃଶ୍ୟମାନ ଦୂରତା ରହିଥିବା ବେଳେ ପୂରୀରେ ୮୦ ମିଟର ରହିଛି ଦୃଶ୍ୟମାନ ଦୂରତା । ଉପକୂଳ ସହିତ ଆଗାମୀ ୩ ଦିନ ପର୍ଯ୍ୟନ୍ତ କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ମାଲକାନାଗିରି, ବଲାଙ୍ଗିର ଓ ସୋନପୁର ଜିଲ୍ଲା ଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.