ଅର୍ଥମନ୍ତ୍ରାଳୟ ଜାରି କଲା ନୋଟିସ୍‌, ୧୫ବର୍ଷର ଗାଡ଼ି ଚଳାଇ ପାରିବେନି ସରକାରୀ ବିଭାଗ

0 68

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ନିମନ୍ତେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ସରକାରୀ କର୍ମଚାରୀ ୧୫ ବର୍ଷ ପୁରୁଣା ଗାଡି ଆଉ ଚଳେଇ ପାରିବେନି । କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଅନ୍ତର୍ଗତ ବ୍ୟୟ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ପ୍ରଦୂଷଣ ହ୍ରାସ କରିବା, ପାସେଞ୍ଜର ସେଫ୍ଟି ଓ ଫ୍ୟୁଲ ଇଫିସିଏନ୍ସିକୁ ଠିକ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଏଣୁ ଅର୍ଥମନ୍ତ୍ରାଳୟ ସବୁ ବିଭାଗଙ୍କୁ ପତ୍ର ଲେଖି ସର୍ଭିସିଂ ହୋଇ ପାରୁନଥିବା ୧୫ବର୍ଷରୁ ଅଧିକ ପୁରୁଣା ବାହନକୁ ରଦ୍ଦିରେ ପରିବର୍ତ୍ତିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବ୍ୟୟ ବିଭାଗ ଏକ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି । ଏଥିରେ ନୀତି ଆୟୋଗ ଓ ସଡ଼କ ପରିବହନ ମନ୍ତ୍ରାଳୟଙ୍କ ପରାମର୍ଶରେ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ୧୫ବର୍ଷ ପୁରୁଣା ଗାଡିଗୁଡିକୁ ରଦ୍ଦିରେ ପରିଣତ କରିବା ଲାଗି ବିଚାର କରିବା ଦରକାର ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପୁରୁଣା ଼ଗାଡି ଗୁଡିକର ରେଜିଷ୍ଟ୍ରେସନ ରିନ୍ୟୁ ପ୍ରସଙ୍ଗରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ । ଏହି ଡ୍ରାଫ୍ଟରେ ୧ ଏପ୍ରିଲ ୨୦୨୨ ପରେ ୧୫ବର୍ଷରୁ ଅଧିକ ପୁରୁଣା କୌଣସି ଗାଡିର ପଞ୍ଜିକରଣ ରିନ୍ୟୁ ନ କରିବା ଲାଗି ଆଦେଶ ଦିଆଯାଇ ଥିଲା । ଏଥିରେ ସବୁ ପ୍ରକାର ସରକାରୀ ଗାଡି ଯେପରି କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ର ଶାସିତ ପ୍ରଦେଶ, ପିଏସୟୁ ଓ ମ୍ୟୁନସିପାଲ ବୋର୍ଡ ଆଦି ଗାଡିର ପଞ୍ଜିକରଣ ନବିକରଣ ନ କରିବା ଲାଗି ନିର୍ଦ୍ଦେଶ ଥିଲା । ଏହି ପ୍ରସଙ୍ଗରେ ସୂଚନା ଦେଇ ସଡକ ପରିବହନ ବିଭାଗ ଆଦେଶର ସୂଚନା ସୋଶିଆଲ ମିଡିଆରେ ମଧ୍ୟ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଦେଶରେ ପ୍ରଦୂଷଣ ସ୍ତରକୁ କମ କରିବା ଓ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ୨୦୨୧-୨୨ ବଜେଟରେ ଭଲେଣ୍ଟରି ଭେଇକିଲ ସ୍କ୍ରାପିଙ୍ଗ ପଲିସି ଆଣିବେ ବୋଲି ଘୋଷଣା କରିଥିଲେ । ସରକାରଙ୍କ ଯୋଜନା ଥିଲା ପଲିସି ମାଧ୍ୟମରେ କୌଣସି ସରକାରୀ ବିଭାଗ ଏବେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବହାର କରିପାରିବେ ନାହିଁ । ସେହିପରି ସାଧାରଣ ଲୋକେ ୨୦ ବର୍ଷରୁ ଅଧିକ ପୁରୁଣା ପର୍ସନାଲ ଓ କମର୍ସିଆଲ ଭେଇକିଲ ବ୍ୟବହାର କରିପାରିବେ ନାହିଁ । ଏହା ସହ ୧୫ ବର୍ଷବ୍ୟବହାର ପରେ ଗାଡିର ଫିଟନେସ୍‌ ଟେଷ୍ଟ ଆବଶ୍ୟକ କରିବା ସହ ଏହି ଟେଷ୍ଟରେ ଫେଲ ଗାଡିର ମାଲିକଙ୍କୁ ମୋଟା ରକମର ଜରିମନା କରିବାକୁ ଓ ଆବଶ୍ୟକ ସ୍ଥଳେ ଗାଡିକୁ ଜବତ କରିବା ଲାଗି ମଧ୍ୟ ବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.