“ପୁଷ୍ପା’ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍‌

0 62

ହାଇଦ୍ରାବାଦ ୧୩ା୧୨: ଆଇନ ଜାଲରେ ଫସିଛନ୍ତି ଗତବର୍ଷର ସୁପରଡୁପର ହିଟ୍‌ ଫିଲ୍ମ ପୁଷ୍ପାର ନିର୍ମାତା । ଏହି ଫିଲ୍ମର ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ମୁଭି ମେକର୍ସ ଆୟକର ବିଭାଗ ଜାଲରେ ଫସିଛି । ପ୍ରଡକ୍ସନ କମ୍ପାନୀରେ ବିଦେଶୀ ଫଣ୍ଡିଂ ବ୍ୟବହାର ହୋଇଥିବା ନେଇ ସନ୍ଦେହ କରିଛନ୍ତି ଆଇଟି ଅଧିକାରୀ । ଏହି କାରଣରୁ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍‌ ହୋଇଛି । ଏହି ଫିଲ୍ମ ପ୍ରଡକ୍ସନ କମ୍ପାନୀର ତିନି ଜଣ ମାଲିକ ରବିଶଙ୍କର, ନବୀନ ଅର୍ଣ୍ଣେନୀ ଓ ଚେରୁକୁରୀ ମୋହନଙ୍କ ଘର ସମେତ ମୋଟ ୧୫ଟି ସ୍ଥାନରେ ଆଇଟି ରେଡ୍‌ କରିଥିଲା । ଆଇଟି ଅଧିକାରୀ ମାନେ ଭିନ୍ନ ଭିନ୍ନ ରାଜ୍ୟ ଦେଇ କମ୍ପାନୀର ମୁଖ୍ୟ ଅଫିସ ଥିବା ହାଇଦ୍ରାବାଦରେ ପହଞ୍ଚିଥିଲେ । ତେବେ ଫିଲ୍ମ ପ୍ରଡକ୍ସନ ତରଫରୁ କିନ୍ତୁ ଏହି ଚଢ଼ାଉ ନେଇ କୌଣସି ଅଫିସିଆଲ୍‌ ସୂଚନା ଦିଆଯାଇ ନାହିଁ । ମୈତ୍ରୀ ପ୍ରଡକ୍ସନ କମ୍ପାନୀ ସାଉଥରେ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇସାରିଛି । ଫିଲ୍ମ ପୁଷ୍ପା ଡିସେମ୍ବର ୨୦୨୧ରେ ରିଲିଜ ହୋଇଥିଲା । ପାନ୍‌ ଇଣ୍ଡିଆର ଏହି ଫିଲ୍ମ ୱାର୍ଲ୍ଡ ୱାଇଡ୍‌ ୩୫୦ରୁ ଅଧିକ କୋଟି ଟଙ୍କାର ବ୍ୟବସାୟ କରିଛି । ଆସନ୍ତା ବର୍ଷ ଏହି ଫିଲ୍ମର ସିକ୍‌ୱେଲ ପୁଷ୍ପା ପାର୍ଟ-୨ ଆସିବ ।

Leave A Reply

Your email address will not be published.