ମହଙ୍ଗା ପଡ଼ିଲା ଓକିଲଙ୍କ ଆଚରଣ : ମଉଳିଲା ସ୍ୱପ୍ନ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ସୁପ୍ରିମ୍‌କୋର୍ଟଙ୍କ ନା

0 71

ନୂଆଦିଲ୍ଲୀ, ୧୫ା୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟ୍‌କା ଲାଗିଛି । ନିଜର ଦାବି ପୂରଣ ପାଇଁ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ବ୍ୟାପକ ଭଙ୍ଗାରୁଜା କରିବା ଓକିଲମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମକୋର୍ଟ ହାଇକୋର୍ଟ ବେଞ୍ଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି । ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କରିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି କହିଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ଆକ୍ରୋଶରୁ ଓଡ଼ିଶା ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ମଧ୍ୟ ବର୍ତ୍ତି ପାରିନାହାନ୍ତି । ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବାରେ ଓଡ଼ିଶା ପୋଲିସ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ଯଦି ଓଡ଼ିଶା ପୋଲିସ୍‌ ପାରୁନି, ତା’ହେଲେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ ବୋଲି କୋର୍ଟ କହିଛନ୍ତି । ୧୫ ପ୍ଲାଟୁନ ପୋଲିସ୍‌ ଫୋର୍ସ ସତ୍ତେ୍ୱ କେମିତି ଭଙ୍ଗାରୁଜା ହେଲା? ଏହା ଓଡ଼ିଶା ପୋଲିସର ଚରମ ଅବହେଳା କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ । ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ । ଏହି ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ । କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ । ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ସେମାନଙ୍କ ଉଗ୍ରତା ପ୍ରଦର୍ଶନ କରି କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ । ପୋଲିସ୍‌ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ ଆଜି ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ହାଜର ହେବାକୁ କହିଥିଲେ । ଉଭୟ ଭିଓଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ । ଏହି ସମୟରେ ଜଷ୍ଟିସ ଏସ.କେ କୌଲ ଓ ଜଷ୍ଟିସ ଏ.ଏସ ଓକାଙ୍କ ଖଣ୍ଡପୀଠ ବଡ଼ ମତ ରଖିଥିଲେ । ପ୍ରଥମେ ଓଡ଼ିଶା ପୋଲିସକୁ ଖଣ୍ଡପୀଠ ତୀବ୍ର ସମାଲୋଚନା କରିଥିଲେ । ଏହାପରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ଖଣ୍ଡପୀଠ କହିଥିଲେ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସଂପୂର୍ଣ୍ଣ ଭାବେ ଖାରଜ କରି କୋର୍ଟ କହିଛନ୍ତି, ଭୌଗୋଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ବେଞ୍ଚ ପ୍ରତିଷ୍ଠା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଉଛି । ଟେକ୍ନୋଲୋଜିର ବିକାଶ ହୋଇଥିବାରୁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ । ସମ୍ଭବତଃ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ହୋଇଥିବା ଆବେଦନର ବି·ର କରାଯାଇଥାଆନ୍ତା । ଯାହା ଟିକେ ଆଶା ଥିଲା, ଏଭଳି ଉଗ୍ର ଆଚରଣ ପରେ ସଂପୂର୍ଣ୍ଣ ମଉଳିଗଲା । ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଓକିଲ ସଂଘକୁ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ଉତ୍ତରାଞ୍ଚଳ ଆଇଜି ଭଙ୍ଗାରୁଜା ଘଟଣାରେ ପୋଲିସ୍‌ ନେଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ତେବେ ପୋଲିସ ଉପସ୍ଥିତ ସତ୍ତେ୍ୱ ଭଙ୍ଗାରୁଜା ହୋଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତେ୍ୱ ଏଭଳି କାହିଁକି ଘଟିଲା? ଆପଣମାନେ ଆଇନଶୃଙ୍ଖଳା ପରିସ୍ଥିତିକୁ ଏହିଭଳି ନିୟନ୍ତ୍ରଣ କରୁଛ କି? ଆପଣମାନେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ
ଦେବୁ । ଏହା ପୋଲିସର ଚରମ ବିଫଳତା । ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ । ଏକଥା ପୋଲିସ୍‌ ମନେ ରଖିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟର ଆଡ଼ଭୋକେଟ ଅନ୍‌ ରେକର୍ଡ ଗୌତମ ଦାଶ କହିଛନ୍ତି, ଆଜି ଶୁଣାଣି ବେଳେ ଡିଜି ଓ ସମ୍ବଲପୁର ଆଇଜି ସୁପ୍ରିମକୋର୍ଟରେ ପ୍ରଥମେ କ୍ଷମା ମାଗିଥିଲେ । ଏହାପରେ ସେମାନେ ସୋମବାରଠାରୁ ଇତିମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ କହିଥିଲେ । ସମ୍ବଲପୁର ବାର୍‌ ଆସୋସିଏସନର ସବୁ ସଦସ୍ୟଙ୍କୁ ବାର୍‌ କାଉନସିଲ ଅଫ ଇଣ୍ଡିଆ ନିଲମ୍ବନ ମଧ୍ୟ କରିଛି । କିଛି ଆଇନଜୀବୀଙ୍କୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି । ପୋଲିସ୍‌ ଛଡ଼ା ଓଡ଼ିଶାର ଏଜି ମଧ୍ୟ କୋର୍ଟ କାର୍ଯ୍ୟ ଯେମିତି ଭଲ ଭାବେ ·ଲିବ, ସେନେଇ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୁପ୍ରିମକୋର୍ଟ ପୂର୍ବରୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ହୋଇଥିବା କମିଟିର ରିପୋର୍ଟକୁ ଆଜି ଶୁଣାଣି ବେଳେ ବି·ରକୁ ନେଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେଉଁ ଆଧାରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରାଯାଉଛି, ସେଥିରେ କୌଣସି ପ୍ରକାରର ସତ୍ୟାସତ୍ୟ ନାହିଁ । ଭୌଗୋଳିକ ସ୍ଥିତି, ଟେକ୍ନୋଲୋଜି ଓ କେତେ ଲୋକ ରହୁଛନ୍ତି ସେସବୁକୁ ବି·ରକୁ ନିଆଯାଇଥିଲା । ସେଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ଆବଶ୍ୟକତା ନାହିଁ । କୌଣସି ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇବା ଜରୁରି ନୁହେଁ, ଆଇନଜୀବୀମାନେ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା କଥା । ହେଲେ ଆଇନଜୀବୀମାନେ ଲୋକଙ୍କ ସହ ମିଶି ଯେଉଁଭଳି ଆଚରଣ ପ୍ରଦର୍ଶନ କଲେ, ତାହା ଆଦୌ ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.