କ୍ଷେତରେ ମାଡ଼ିବ ପାଣି: ହସିବ ଚାଷୀ, ନିର୍ଦ୍ଧାରିତ ସମୟରେ ଗଙ୍ଗାଧର ମେହେର ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

0 89

ଭୁବନେଶ୍ୱର, ୧୫ା୧୨(ଡିକେ ନ୍ୟୁଜ): କ୍ଷେତରେ ମାଡ଼ିବ ପାଣି, ·ଷୀ ମୁହଁରେ ଖେଳିବ ହସ । କେବଳ ବର୍ଷା ଉପରେ ଆଉ ·ଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ । ଏହି ପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନମଣ୍ଡଳୀରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦ୍ୱାରା ୯୨ କିମି ପର୍ଯ୍ୟନ୍ତ ୬୪ ହଜାର ଏକର ଶୁଖିଲା ଜମିକୁ ପାଣି ପହଞ୍ଚାଇବା ପାଇଁ ପାଇପ ଲାଇନ ବିଛାଯାଇଛି । ଯାହାର ଏକ ଚିତ୍ର ୫-ଟି ସଚିବ ଭିକେ ପାଣ୍ଡିଆନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ପ୍ରକଳ୍ପକୁ ଖୁବ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଷୟିକ ଟିମ ସହ ମଧ୍ୟ ଆଲୋଚନା କରିଛନ୍ତି । ରାଜ୍ୟରେ ଜାରି ରହିଥିବା ବିଭିନ୍ନ ବୃହତ୍‌ ଜଳସେଚନ ପ୍ରକଳ୍ପ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେନେଇ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ମାସରେ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟର ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ଆସନ୍ତା ୨୦୨୩ ମସିହା ଜୁନ୍‌ ମାସ ସୁଦ୍ଧା ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ·ଲୁଥିବା ବେଳେ ଆସନ୍ତା ଖରିଫରେ କୃଷକମାନେ ·ଷଜମିକୁ ପାଣି ପାଇବେ । କେବଳ ଗଙ୍ଗାଧର ମେହେର ପ୍ରକଳ୍ପ ନୁହେଁ, ଏହାସହ ଲୋୟର ସୁକତେଲ, କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ସହ ଅନ୍ୟାନ୍ୟ କେତେକ ପ୍ରକଳ୍ପ ଶେଷ କରିବାକୁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାୟ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ବିନିମୟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଥମେ ୨୫ ହଜାର ୬୦୦ ହେକ୍ଟର ·ଷଜମିକୁ ଜଳ ଯୋଗାଣ ନେଇ ସରାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତନ୍ମଧ୍ୟରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫ ହଜାର ୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୬ ହଜାର ୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ଟି ଗ୍ରାମର ୩ ହଜାର ୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର ·ଷଜମିକୁ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଗତ ମଇ ମାସରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଅଧିନରେ ଆଉ ଅତିରିକ୍ତ ୫୭୨୦ ହେକ୍ଟର ·ଷଜମିକୁ ଜଳସେଚନ କରିବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏଥିପାଇଁ ଅତିରିକ୍ତ ଭାବେ ୧୮୫ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.