ପୁରୀରେ ୫-ଟି ସଚିବ

0 78

ଭୁବନେଶ୍ୱର, ୧୫ା୧୨(ଡିକେ ନ୍ୟୁଜ): ପୁରୀ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍‌ । ପୁରୀରେ ପହଞ୍ଚିବା ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ପୁରୀରେ ·ଲୁଥିବା ବିଭିନ୍ନ ପ୍ରକଳ୍ପ ଯଥା ଶ୍ରୀମନ୍ଦିର ଐତିହ୍ୟ କରିଡର, ଶ୍ରୀସେତୁ, ଶ୍ରୀଜଗନ୍ନାଥ ଷ୍ଟାଡିଅମ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ପରେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା, ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ପାଶ୍ୱର୍ଦେବଦେବୀ ମନ୍ଦିର ଆଦି ଦର୍ଶନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.