ଘରେ ସୁଖ-ସମୃଦ୍ଧି ବଜାୟ ରଖିବ କ୍ରାସୁଲା ଗଛ

0 90

ଆଜିକାଲି ପ୍ରାୟ ମହିଳା ଘରକୁ ବାସ୍ତୁ ନିୟମ ଅନୁସାରେ ସଜାଇବାକୁ ପସନ୍ଦ କରୁଛନ୍ତି । ଯଦି ଆପଣ ସେଥିରେ ବିଶ୍ୱାସ କରୁଥାନ୍ତି, ତେବେ ଏହା ଆପଣଙ୍କୁ ସାହାଯ୍ୟ କରିବ ନିଶ୍ଚୟ । ବାସ୍ତୁ ବିଶେଷଜ୍ଞଙ୍କ କହିବା କଥା ଘର ଭିତରେ କ୍ରାସୁଲା ଗଛ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରଖିବା ସହ ଧନଧାନ୍ୟରେ ପୁରି ଉଠିଥାଏ । ଚାଲନ୍ତୁ ଦେଖିବା ଏହାର ଉପକାରିତା ବିଷୟରେ ଧନ ଲାଭ ପାଇଁ ଏହାକୁ ଘରେ ଓ ଅଫିସ୍‌ରେ ରଖାଯାଇଥାଏ । ଏହାକୁ ଘର ବା ଅଫିସ୍‌ର ପୂର୍ବ ବା ଉତ୍ତର ଦିଗରେ ଲଗାଯାଇଥାଏ । ଏହାକୁ ଉପଯୁକ୍ତ ଦିଗରେ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଧନମାର୍ଗ ଖୋଲିଥାଏ । ବାସ୍ତୁ ନିୟମ ଅନୁସାରେ କ୍ରାସୁଲାକୁ ଘରର ମୁଖ୍ୟ ଦ୍ୱାରଠାରୁ ଦୂରେଇ ରଖିବା ଉଚିତ୍‌ । କାରଣ ମୁଖ୍ୟ ଦ୍ୱାରା ଉର୍ଜ୍ଜା ଓ ଗତିବିଧିର ସ୍ଥାନ ଭାବେ ଗ୍ରହଣ କରାଯାଇଥାଏ । ତେଣୁ ଏହାକୁ ମୁଖ୍ୟ ଦ୍ୱାରରେ ନ ରଖି ଡ୍ରାଇଂ ରୁମ୍‌ରେ ରଖିବା ଉଚିତ୍‌ । ଯଦି ଆପଣ ଅଫିସ୍‌ରେ ଚିନ୍ତା ମୁକ୍ତ ରହିବାକୁ ଚାହାନ୍ତି, ପ୍ରମୋସନ୍‌ ଚାହାନ୍ତି, ତେବେ କ୍ରାସୁଲ ଗଛକୁ ନିଜ ଡେସ୍କର ଦକ୍ଷିଣ-ପଶ୍ଚିମ ଦିଗରେ ରଖିପାରିବେ । ଏହାଦ୍ୱାରା ଆପଣ ପ୍ରଫେସନାଲ ଦୁନିଆରେ ଆଗେଇବାର ବାଟ ଖୋଲିଥାଏ । ଶୋଇବା ଘରେ ବା ଖଟ ପାଖରେ କ୍ରାସୁଲା ଗଛ ଆଦୌ ଲଗାନ୍ତୁ ନାହିଁ । ଶୋଇବା ଘର ଆରାମର ସ୍ଥାନ । ସେଠାରେ କୌଣସି ଗଛ ଲଗାଇବା ଅନୁଚିତ୍‌ । ଏପରିକି ରୋଷେଇ ଘରେ ମଧ୍ୟ କ୍ରାସୁଲ ଲଗାନ୍ତୁ ନାହିଁ । କ୍ରାସୁଲାକୁ ଘରର କୌଣସି ଅନ୍ଧାରୁଆ ସ୍ଥାନରେ ଲଗାନ୍ତୁ ନାହିଁ । ନଚେତ୍‌ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇପାରେ । ଏହାକୁ ଘରର ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ହିଁ ଲଗାନ୍ତୁ । ଏପରିକି ଏହାକୁ ଘରର ବାଲ୍‌କୋନି ବା ଛାତ ଉପରେ ମଧ୍ୟ ରଖିପାରିବେ । ଫଳରେ ଏହା ସମୃଦ୍ଧି କାରକ କ ହୋଇପାରିବ । ବାସ୍ତୁ ଅନୁସାରେ ଘରେ ଯଦି କ୍ରାସୁଲା ଗଛ ଲଗାଉଥାନ୍ତି । ତେବେ ଏହାର ପତ୍ରକୁ ସବୁବେଳେ ସଫା ରଖିବା ଜରୁରି । ତେବେ ଏଥିରୁ ଉତ୍ପନ୍ନ ସକାରାତ୍ମକ ଶକ୍ତି ଘରକୁ ସମୃଦ୍ଧ କରିପାରିବ ।

Leave A Reply

Your email address will not be published.