ଦିଲ୍ଲୀରେ ତେଜିଲା ବେଞ୍ଚ ରାଜନୀତି କେନ୍ଦ୍ର ଚାହିଁଲେ ହୋଇପାରିବ: ବିଜେଡି

0 79

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬ା୧୨(ଡିକେ ନ୍ୟୁଜ): ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଶୃଙ୍ଖଳା ପରେ ସୁପ୍ରିମ୍‌ ଛାଟ ପଡ଼ିଥିଲା । ଏବେ ଏହି ପ୍ରସଙ୍ଗ ରାଜନୈତିକ ମୋଡ ନେଉଛି । ଦିଲ୍ଲୀରେ ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦ ଏକାଠି ହୋଇ ତୁରନ୍ତ ଗିରଫ ଓକିଲଙ୍କୁ ମୁକୁଳାଇବା ଓ ଓକିଲଙ୍କ ବାତିଲ ହୋଇଥିବା ଲାଇସେନ୍ସ କିପରି ଫେରିପାଇବେ ସେଥିନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାର ଜବାବ ବିଜେଡି ପକ୍ଷରୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେନ୍ଦ୍ର ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହିଁ ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ସେ କହିଛନ୍ତି ଯେ ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିପାରିବ । ଯେତେବେଳେ ବି ନିର୍ବାଚନ ଆସେ ସେତେବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦେ ଏବଂ ନିର୍ବାଚନ ସରିଗଲେ ସେମାନେ ଏହାକୁ ଭୁଲିଯାଆନ୍ତି । ଭାରତୀୟ ସଂସଦ ମାଧ୍ୟମରେ କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ଥିବା କ୍ଷମତାକୁ ବ୍ୟବହାର କରି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ
ପ୍ରତିଷ୍ଠାକୁ କିଏ ଅଟକାଉଛି ବିଜେପି କେନ୍ଦ୍ରରେ କ୍ଷମତାରେ ଥିବା ନିଜ ଦଳର ସରକାରଙ୍କୁ ସେ ସଂକ୍ରାନ୍ତରେ ପଚାରିବା ଉଚିତ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବିଭ୍ରାନ୍ତିକର ଏବଂ ମିଛ ପ୍ରଚାର କରୁଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

Leave A Reply

Your email address will not be published.