ଶ୍ରୀଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ ମନ୍ଦିରକୁ ଦାନ କଲେ ୧ ଲକ୍ଷ ଟଙ୍କା

0 66

ଫୁଲବାଣୀ, ୧୬ା୧୨(ଡିକେ ନ୍ୟୁଜ): ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ଭିକାରୁଣୀ । ୬୦ ବର୍ଷୀୟା ଏହି ଭିକାରୁଣୀଙ୍କ ନାମ ତୁଳା ବେହେରା । ସେ ଫୁଲବାଣୀ ସହରରେ ଭିକମାଗି ଚଳନ୍ତି । ଏହି ଭିକ ଟଙ୍କା ମଧ୍ୟରୁ କିଛି କିଛି ଟଙ୍କା ତାଙ୍କ ନାମରେ ଥିବା ପୋଷ୍ଟାଲ ଆକାଉଣ୍ଟରେ ଜମା କରୁଥିଲେ । ଏହି ସଞ୍ଚୟ ଟଙ୍କା ମଧ୍ୟରୁ ପ୍ରାୟ ୧ ଲକ୍ଷ ଟଙ୍କାକୁ ସେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ପରି·ଳନା କମିଟିକୁ ଦାନ କରିଛନ୍ତି । ତୁଳା କହିଛନ୍ତି, “ମୋର ସବୁକିଛି ସେହି ଜଗନ୍ନାଥ । ତାଙ୍କରି ଶରଣ ପଶିଛି । ତାଙ୍କୁ ସବୁ ଦେଇଛି, ଆଗକୁ ବି ଦେବି । ମାଗି ମାଗି ଠୁଳ କରିଥିବା ଟଙ୍କାକୁ ତାଙ୍କୁ ଦେଇଦେଲି । ଏହି ଟଙ୍କା ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳିବା କାମରେ ବ୍ୟବହୃତ ହେଉ । ମୁଁ ଏକ ଝମ୍ପୁଡ଼ିରେ ରୁହେ । ହେଲେ ମୋ ସମୟ ତ ସରିଲା, ଆଉ ଘର କ’ଣ ହେବ । ପୁଅ-ଝିଅ ବି କେହି ନାହାନ୍ତି । ତେଣୁ ଶ୍ରୀଜଗନ୍ନାଥଙ୍କୁ ରଖିଥିବା ଟଙ୍କା ଦାନ କରିଦେଲି ।’ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରି·ଳନା କମିଟି ତରଫରୁ ସଭାପତି ସୁନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଏବଂ ଅନ୍ୟ ସଦସ୍ୟମାନେ ଏହି ଦାନଅର୍ଥକୁ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ତୁଳାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଅନ୍ୟପଟେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିବାକୁ ମନ୍ଦିର କମିଟି ଦାୟିତ୍ୱ ନେଇଥିବା ସୂଚନା ଦେଇଛନ୍ତି କମିଟିର ସଦସ୍ୟ ରଜତ କୁମାର ମହାନ୍ତି ।

Leave A Reply

Your email address will not be published.