ଲାଞ୍ଚୁଆ ବାବୁଙ୍କ ପାଇଁ ବଦନାମ୍‌ କମିସନରେଟ୍‌ ପୋଲିସ ୬ ବର୍ଷରେ ଧରାପଡ଼ିଲେଣି ୨୫ରୁ ଊର୍ଦ୍ଧ୍ୱ

0 79

ଭୁବନେଶ୍ୱର, ୧୬ା୧୨(ଡିକେ ନ୍ୟୁଜ): ଲାଞ୍ଚୁଆ ପୋଲିସ ବାବୁଙ୍କ ପାଇଁ ବଦ୍‌ନାମ ହେଉଛି କମିସନରେଟ ପୋଲିସ । ଥାନାକୁ ଅଭିଯୋଗ ନେଇ ଗଲେ ଟଙ୍କା ନ ଦେଲେ ମାମଲା ପଞ୍ଜିକୃତ ହେଉନି ବୋଲି ଆଜି ବି ସେ ବିଶ୍ୱାସ ରହିଛି । ପୋଲିସ ଜନକୈନ୍ଦ୍ରୀକ ଯୋଗୁଁ ଅଭିଯୋଗକାରୀ ଥାନାକୁ ଆସି ଅଭିଯୋଗ ଦେଉଛନ୍ତି । କିନ୍ତୁ କିଛି ପୋଲିସ ବାବୁ ଲାଞ୍ଚ ମାଗିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବିସ୍ତାର କରୁଛନ୍ତି ଅମାପ ସମ୍ପତ୍ତିର ସାମ୍ରାଜ୍ୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ତମାଣ୍ଡୋ ଥାନାର କୋଟିପତି ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ । ତାଙ୍କଠାରୁ ସାଢେ଼ ୩ କୋଟି ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । କେବଳ ଅଭିମନ୍ୟୁ ନୁହନ୍ତି କମିସନରେଟ୍‌ ପୋଲିସରେ ଲାଞ୍ଚ ନେଇ ବହୁ ସମୟରେ ଧରାପଡ଼ିଛନ୍ତି ଅଧିକାରୀ ଓ କର୍ମ·ରୀ । ଏହିକ୍ରମରେ ଗତ ୬ବର୍ଷରେ ଲାଞ୍ଚ ନେବା ସମୟରେ ୨୫ରୁ ଊର୍ଦ୍ଧ୍ୱ ପୋଲିସ କର୍ମ·ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏଥିରେ ଡିଏସପି, ଇନ୍ସପେକ୍ଟର ର‍୍ୟାଙ୍କରୁ ଏଏସ୍‌ଆଇ ମଧ୍ୟ ରହିଛନ୍ତି । ସେହିପରି ତମାଣ୍ଡୋ, ବାଲିଅନ୍ତା,
ବାଲିପାଟଣା, ଜଟଣୀ, ପାହାଳ, ଧଉଳି ଓ ମଞ୍ଚେଶ୍ୱର ଭଳି ଥାନାଗୁଡ଼ିକରେ ଅଧିକ ସଂଖ୍ୟକ ପୋଲିସ କର୍ମ·ରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଏସବୁ ଥାନାଗୁଡ଼ିକ ସହରର ଉପକଣ୍ଠରେ ଥିବାରୁ ପୋଲିସ ଅଧିକାରୀ ଅବା କର୍ମ·ରୀମାନେ ଲାଞ୍ଚ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗ ହେଉଛି । ଏଣୁ ଏସବୁ ଥାନାଗୁଡ଼ିକ ଉପରେ ଭିଜିଲାନ୍ସ ଅଧିକାରୀଙ୍କ ଫୋକସ୍‌ରେ ରହିଛି । ଉକ୍ତ ଥାନାଗୁଡ଼ିକରେ ଗାଁ ଓ କିଛି ଅପାଠୁଆ ଲୋକେ ଅଧିକ ରହୁଥିବାରୁ ମାମଲା ସମାଧାନ ଲାଗି ପୋଲିସ କର୍ମ·ରୀମାନଙ୍କୁ ଲାଞ୍ଚ ଦେଉଛନ୍ତି । କିନ୍ତୁ କିଛି ବ୍ୟକ୍ତି ଏବାବଦରେ ଭିଜିଲାନ୍ସରେ ଜଣାଇବା ପରେ ପଦାକୁ ଆସୁଛି ପୋଲିସ ବାବୁଙ୍କ କାରନାମା । ଦୁର୍ନୀତିକୁ ପ୍ରୋତ୍ସାହନ ଦେଉନାହାନ୍ତି ରାଜ୍ୟ ସରକାର । ଗତ ୫ ବର୍ଷରେ ସାରା ରାଜ୍ୟରେ ୫ ବର୍ଷରେ ୪୫ ଜଣ ପୋଲିସ ବାବୁ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେଣି । ଏଥିରେ ସବ୍‌ଇନ୍ସପେକ୍ଟର, ଇନ୍ସପେକ୍ଟର ଓ ଡିଏସପି ର‍୍ୟାଙ୍କର ଅଧିକାରୀ ରହିଛନ୍ତି । ୨୦୧୭ରେ ୯ଟି ମାମଲାରେ ରୁଜୁ ହୋଇଥିଲା । ଏଥିରେ ୩ଜଣ ସବ୍‌ଇନ୍ସପେକ୍ଟର ଓ ୬ଜଣ ଇନ୍ସପେକ୍ଟର ଥିଲେ । ୨୦୧୮ରେ ୧୬ଟି ମାମଲା ରୁଜୁ ହେବା ସହ ୧୨ଜଣ ସବ୍‌ଇନ୍ସପେକ୍ଟର ଓ ୪ଜଣ ଇନ୍ସପେକ୍ଟର ରହିଥିଲେ । ୨୦୧୯ରେ ୯ଟି ମାମଲା ରୁଜୁ କରାଯାଇଥିଲା । ଏଥିରେ ୪ଜଣଲେଖାଏଁ ସବ୍‌ଇନ୍ସପେକ୍ଟର ଓ ଇନ୍ସପେକ୍ଟର ଏବଂ ଜଣେ ଡିଏସପି ରହିଥିଲେ । ୨୦୨୦ରେ ୪ଟି ମାମଲା ରୁଜୁ କରାଯାଇ ୩ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଇନ୍ସପେକ୍ଟର ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ । ସେହିଭଳି ୨୦୨୧ରେ ୭ଟି ମାମଲା ରୁଜୁ କରାଯାଇଥିଲା । ଏଥିରେ ୪ଜଣ ସବ୍‌ଇନ୍ସପେକ୍ଟର ଓ ୩ ଜଣ ଇନ୍ସପେକ୍ଟର ରହିଥିଲେ ।

Leave A Reply

Your email address will not be published.