ବୀର ଯବାନଙ୍କ ଅଦମ୍ୟ ସାହସକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

0 54

ଭୁବନେଶ୍ୱର,୧୬ା୧୨(ଡିକେ ନ୍ୟୁଜ): ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବୀର ଜବାନ ମାନଙ୍କର ଅଦମ୍ୟ ସାହସକୁ ନମନ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଜୟ ଦିବସ ଅବସରରେ ୧୯୭୧ ମସିହାର ଭାରତ–ପାକିସ୍ତାନ ଯୁଦ୍ଧରେ ଅଦମ୍ୟ ସାହସ ଓ ବୀରତ୍ୱର ପରିଚୟ ଦେଇ ଭାରତକୁ ବିଜୟୀ କରାଇଥିବା ବୀର ସୈନିକ ମାନଙ୍କୁ ସମ୍ପୂର୍ଣ ଦେଶ ସହିତ ମିଶି ନମନ କରୁଛି । ଭାରତକୁ ବିଜୟୀ କରି ପାଇଁ ଯେଉଁ ସୈନିକ ମାନେ ନିଜର ଜୀବନର ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରୁଛି । ତାଙ୍କର ବୀରତ୍ୱର ଗାଥା ଆମକୁ ସର୍ବଦା ପ୍ରେରଣା ଦେଉଥିବ ।

Leave A Reply

Your email address will not be published.