ଇଡ଼ି ହାତରେ ଅର୍ଚ୍ଚନାଙ୍କ ଡାଏରୀ ବଡ଼ବଡ଼ିଆଙ୍କ ଛାତି ଧଡ଼ଧଡ଼

0 76

ଭୁବନେଶ୍ୱର,୧୬ା୧୨(ଡିକେ ନ୍ୟୁଜ): ଇଡ଼ି ହାତରେ ଅର୍ଚ୍ଚନାଙ୍କ ଡାଏରୀ । ଡାଏରୀ ଖୋଲିବ ବଡ଼ ଗୁମର । ଅର୍ଚ୍ଚନାଙ୍କ ଦୁଇଟି ଡାଏରୀକୁ ଇଡ଼ିକୁ ହସ୍ତାନ୍ତର କରିଛି ଖଣ୍ଡଗିରି ଥାନା ପୋଲିସ । ଏହି ଡାଏରୀ ଏବେ ହନିଟ୍ରାପ୍‌ ଓ ବ୍ଲାକ୍‌ମେଲିଂର ବଡ଼ ଗୁମର ଖୋଲିବ । ଏଥିରେ ରହିଛି କିଛି ବଡ଼ ବଡ଼ିଆଙ୍କ ନାଁ । କିଏ କେତେ ଟଙ୍କା ଦେଇଥିଲେ, ତାର ପୂରା ବିବରଣୀ ରହିଛି । ଏହାକୁ ଆଧାର କରି ଅର୍ଚ୍ଚନାଙ୍କୁ ଜେରା କରୁଛି ଇଡ଼ି । କିନ୍ତୁ ବାହାନା ପରେ ବାହାନା କରି ଅଧିକାରୀଙ୍କୁ ଭୁଆଁ ବୁଲାଉଛନ୍ତି ଅର୍ଚ୍ଚନା । କେତେବେଳେ ଦେହ ଖରାପ ତ ଆଉ କେତେବେଳେ ପୁରା ଚୁପ୍‌ । ଇଡ଼ିକୁ ସହଯୋଗ କରୁନାହାଁନ୍ତି । ନୂଆ ତରିକା ଆପଣାଇ ସମୟ ଗଡ଼ାଇ ଚାଲିଛନ୍ତି । କିଭଳି ରିମାଣ୍ଡ ଅବଧି ସରିବ ସେଥିପାଇଁ ଦିନ ଗଣୁଛନ୍ତି । ପୂର୍ବରୁ ଜେରା ହୋଇଥିବା ୧୧ ଜଣଙ୍କ ତଥ୍ୟକୁ ନେଇ ବଣ୍ଟିବବ୍‌ଲି ସ୍ୱାମୀ-ସ୍ତ୍ରୀଙ୍କୁ ଜେରା କରୁଛି ଇଡ଼ି । ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏଯାଏଁ ଫରେନ୍ସିଂ ଲାବ୍‌ ରିପୋର୍ଟ ଇଡ଼ିକୁ ମିଳିନାହିଁ । ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୯ ଦିନ ବିତିଗଲାଣି ହେଲେ ଏସ୍‌ଏଫ୍‌ଏସ୍‌ଏଲ୍‌ ରିପୋର୍ଟ ଏଯାଏଁ ମିଳିନାହିଁ । ଅକ୍ଟୋବରରେ ଅର୍ଚ୍ଚନାଙ୍କ ଘର ରେଡ଼ କରି ୪ଟି ମୋବାଇଲ ଫୋନ୍‌, ଦୁଇଟି ଟାବ୍‌ଲେଟ୍‌, ପେନ୍‌ଡ୍ରାଇଭ୍‌ ଓ ଲାପ୍‌ଟପ୍‌ ଜବତ କରିଥିଲା କମିଶନରେଟ୍‌ ପୋଲିସ । ଏସବୁକୁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଥିଲା । ଇଡ଼ି ପକ୍ଷରୁ ଦୁଇ ଦୁଇଥର ଚିଠି ଲେଖାଯାଇଥିଲେ ମଧ୍ୟ ଏଯାଏଁ ସୁଫଳ ମିଳିନାହିଁ । ଆଜି ଏସ୍‌ଏଫ୍‌ଏସ୍‌ଏଲ୍‌ରେ ପହଞ୍ଚି ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ଲପ୍‌ଟପ୍‌ ଓ ମୋବାଇଲରେ କେଉଁଭଳି ଡିଜିଟାଲ ଏଭିଡେ଼ନ୍ସ ଥିଲା ତାର ତଥ୍ୟ ଜାଣିବା ପାଇଁ ଚାହିଁଥିଲା । କିନ୍ତୁ କୌଣସି ତଥ୍ୟ ମିଳିଲା ନାହିଁ । ଖାଲି ହାତରେ ଫେରିଲେ ଇଡ଼ି ଅଧିକାରୀ । ତେଣୁ ଦେଖିବାକୁ ବାକି ରହିଲା ଇଡ଼ିର ପରବର୍ତ୍ତୀ ତଦନ୍ତ କେଉଁ ଦିଗକୁ ଯାଉଛି ।

Leave A Reply

Your email address will not be published.