ତୃପ୍ତି ଓ ଏମିଙ୍କ ସହ ନଜର ଆସିବେ ଭିକି କୌଶଲ

0 78

ମୁମ୍ବାଇ, ୧୬ା୧୨: ନିକଟରେ ଭିକି, କିଆରା, ଭୂମିଙ୍କ ଫିଲ୍ମ ଗୋବିନ୍ଦା ନାମ ମେରା ରିଲିଜ୍‌ ହୋଇଛି । ଅନ୍ୟପକ୍ଷରେ ଭିକିଙ୍କ ଫ୍ୟାନ୍ସଙ୍କ ପାଇଁ ପୁଣି ଆଉ ଏକ ଖୁସି ଖବର ଆସିଛି । ତାଙ୍କର ନୂଆ ଫିଲ୍ମ ମଧ୍ୟ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରରେ ଭିକି, ତୃପ୍ତି ଡିମରୀ ଏବଂ ଆମି ବିର୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଆନନ୍ଦ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ପୂର୍ବରୁ ଆନନ୍ଦ ତିୱାରୀ ମାଧୁରୀ ଦୀକ୍ଷିତଙ୍କ ୱେବ୍‌ ସିରିଜ୍‌ ମଜା ମା ନିର୍ଦ୍ଦେଶନା ଦେଇଥିଲେ । ଧର୍ମ ପ୍ରଡକ୍ସନ୍ସ ଏବଂ ଲିଓ ମିଡିଆ କଲେକ୍ଟିଭ୍‌ ସହିତ ମିଳିତ ଭାବରେ ନୂଆ ଥିଏଟର ରିଲିଜ୍‌ ପ୍ରସ୍ତୁତ କରିବ ବୋଲି ଆମାଜନ ପ୍ରାଇମ ଭିଡିଓ ଘୋଷଣା କରିଛି । କହିବାକୁ ଗଲେ ଏହି ଚଳଚ୍ଚିତ୍ରର ନାମ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ । ହେଲେ ଏହାର ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି । ୨୮ ଜୁଲାଇ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏବଂ ପରେ ପ୍ରାଇମ ଭିଡିଓକୁ ଆସିବ । ଏହା ହେଉଛି ଦ୍ୱିତୀୟ ଫିଲ୍ମ, ଯାହା ପ୍ରାଇମ ଭିଡିଓ ଏବଂ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ମିଳିତ ଭାବରେ ନିର୍ମିତ । ପୂର୍ବରୁ ଏହି ଟିମ୍‌ ଶେରଶାହା ଏବଂ ଗେହରାଇୟାଁରୁ ଦର୍ଶକଙ୍କ ହୃଦୟ ଜିତିଛି । ଏହି ଚଳଚ୍ଚିତ୍ର ବିଷୟରେ ଧର୍ମ ପ୍ରଡକ୍ସନ୍ସର କରଣ ଜୋହର କହିଛନ୍ତି, ଆନନ୍ଦ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ଅନେକକ୍ଷେତ୍ରରେ ବିଶେଷ ଅଟେ । ଏହା ଏକ ମାଷ୍ଟର ଚଳଚ୍ଚିତ୍ର ନିର୍ମାତାଙ୍କ ଦକ୍ଷତା ସହିତ ସୁସଜ୍ଜିତ ହୋଇଛି । ଯେଉଁଥିରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତା-ଭିକି କୌଶଲ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି, କରଣ ଜୋହର ତାଙ୍କର ଆଗାମୀ ଚଳଚ୍ଚିତ୍ର ରକି ଔର ରାନୀକି ପ୍ରେମ୍‌ କାହାନୀ ପାଇଁ ଚର୍ଚ୍ଚାରେ ଅଛନ୍ତି ।

Leave A Reply

Your email address will not be published.