ବାରମ୍ବାର ପେନ୍‌ କିଲର ବ୍ୟବହାର ଆଣିପାରେ ହୃଦଘାତ ବିପଦ

0 71

ସାଧାଣତଃ କୌଣସି ବ୍ୟଥା ହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ପେନ୍‌ କିଲର ବ୍ୟବହାର କରିଥାନ୍ତି । କିନ୍ତୁ କ’ଣ ଆପଣ ଜାଣି କି ଚିକିତ୍ସାର ଏହି ପ୍ରଣାଳୀ କେତେ ବିପଦଜନକ ହୋଇପାରେ? ଏଭଳି ଔଷଧକୁ ମେଡିକାଲ ଭାଷାରେ ଅନାଲେଜିସିକ୍‌ କୁହାଯାଇଥାଏ । ଆସନ୍ତୁ ଜାଣିବା ଏଥିରୁ ହେଉଥିବା କ୍ଷତି ବିଷୟରେ । ନର୍ମାଲ ପେନ୍‌ କିଲର ଔଷଧ ଡାଇକ୍ଲୋଫେନାକ୍‌ର ବ୍ୟବହାର ହୃଦଘାତ ଭଳି ରୋଗର ବିପଦକୁ ବଢାଇପାରେ । ଡେନମାର୍କ ସ୍ଥିତ ଆରହୁସ୍‌ ୟୁନିଭର୍ସିଟି ହସ୍ପିଟାଲର ରିସର୍ଚ୍ଚର କହିଛନ୍ତି, ଡାଇକ୍ଲୋଫେନାକ୍‌ ବିକ୍ରି ପାଇଁ ଉପଲବ୍ଧ ହେବା ଦରକାର ନୁହେଁ । ଯଦି ବିକ୍ରି ହୁଏ ତେବେ ଏହାର ପ୍ୟାକେଟ୍‌ର ଆଗରେ ଏହାର ବିପଦ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ରହିବା ଦରକାର । ଡାଇକ୍ଲୋଫେନାକ୍‌ ଏକ ପାରମ୍ପାରିକ ନନ୍‌ଷ୍ଟେରୋଡିଆଲ ଆଣ୍ଟି ଇନ୍‌ଫ୍ଲାମେଣ୍ଟରୀ ଡ୍ରଗ୍‌ , ସାରା ବିଶ୍ୱରେ ଅଧିକ ପରିମାଣରେ ବିନ୍ଧା ଏବଂ ଫୁଲା କମ୍‌ କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ । ଏହି ରିସର୍ଚ୍ଚରେ ଡାଇକ୍ଲୋଫେନାକ୍‌ ବ୍ୟବହାର କରୁଥିବା ଲୋକଙ୍କୁ ହୃଦଘାତ ହେବାର ବିପଦର ତୁଳନା ଅନ୍ୟ ଏନ୍‌ଏସଏଆଇଡି ଔଷଧ ଓ ପାର ।ସିଟାମୋଲର ବ୍ୟବହାର କରୁଥିବା ଲୋକଙ୍କ ସହିତ କରାଯାଇଛି ।

Leave A Reply

Your email address will not be published.