ଓଡ଼ିଶା ଫେରିଲା ହକି ବିଶ୍ୱକପ ଟ୍ରଫି

0 61

ଭୁବନେଶ୍ୱର, ୨୫ା୧୨(ଡିକେ ନ୍ୟୁଜ): ଦେଶର ବିଭିନ୍ନ ରାଜ୍ୟରେ ପରିକ୍ରମା କରିବା ପରେ ଓଡ଼ିଶା ଫେରିଛି ହକି ବିଶ୍ୱକପ ଟ୍ରଫି । ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ପରେ ଭୁବନେଶ୍ୱର ପରିକ୍ରମା କରିଥିଲା ଟ୍ରଫି । ଭୁବନେଶ୍ୱର ବିମାନବନ୍ଦରରେ ଯୋଡ଼ି ଶଙ୍ଖ, ଘୋଡ଼ା ନାଚ ଶୋଭାଯାତ୍ରାରେ ଟ୍ରଫିକୁ ନିଆଯାଇଥିଲା । ପରେ ବାଇକ ରାଲି ସହ ଶୋଭାଯାତ୍ରାରେ ଲିଙ୍ଗରାଜ ମନ୍ଦିର ନିକଟକୁ ନିଆଯାଇଥିଲା । ହକି ବିଶ୍ୱକପକୁ ସଫଳ ଓ ଲୋକପ୍ରିୟ କରିବା ପାଇଁ ଟ୍ରଫି ପରିକ୍ରମା କରାଯାଉଛି । ଏହି ଅବସରରେ ୧୧୦ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ଶହ ଶହ ସଂଖ୍ୟାରେ ଉପସ୍ଥିତ ମହିଳା ଶଙ୍ଖ ଓ ହୁଳୁହୁଳି ସହ ଫୁଲ ବର୍ଷା କରିଥିଲେ । ପରେ ବାଇକ ରାଲି ସହ ଶୋଭାଯାତ୍ରାରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିକଟକୁ ନିଆଯାଇଥିଲା । ପୁରୀରୁ ଆସିଥିବା ଶ୍ରୀଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ୧୦୧ ଛାତ୍ର ଓ ପଣ୍ଡିତ ବେଦମନ୍ତ୍ର ପାଠ କରିଥିଲେ । ପରେ ଏସ୍‌ପ୍ଲାନେଡ ମଲ, ସୋଆ ବିଶ୍ୱବିଦ୍ୟାଳୟ ଓ ଶେଷରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିକ୍ରମା କରିଥିଲା ଟ୍ରଫି । ଟ୍ରଫିକୁ ସ୍ୱାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ । କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ବି ବମାନବନ୍ଦରରେ ଉପସ୍ଥିତ ଥିଲେ । ହକି ଇଣ୍ଡିଆ ପକ୍ଷରୁ ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ହସ୍ତାନ୍ତର କରାଯାଇଥିଲା । ଗତ ଡିସେମ୍ବର ୫ରେ ଟ୍ରଫି ଓଡ଼ିଶାରୁ ପରିକ୍ରମା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ

Leave A Reply

Your email address will not be published.