କୋଭିଡ ମୁକାବିଲା ଲାଗି ରାଜ୍ୟ ପ୍ରସ୍ତୁତ

0 86

ଭୁବନେଶ୍ୱର, ୨୫ା୧୨(ଡିକେ ନ୍ୟୁଜ): ରାଜ୍ୟରେ କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ଭିଡିଓ କନ୍‌ଫରେନ୍ସିଂରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୋଭିଡ ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭
ତାରିଖରେ ସବୁ ହସ୍ପିଟାଲରେ ହେବ ମକ୍‌ ଡ୍ରିଲ । ହସ୍ପିଟାଲରେ କ’ଣ ସବୁ ସୁବିଧା ରହିଛି ଓ କ’ଣ ସୁବିଧା ନାହିଁ ସେସବୁ ତନଖି ହେବ । ସବୁ ଜିଲାକୁ ଟେଷ୍ଟିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ସଚେତନତା ସୃଷ୍ଟି ସହ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ସରକାରୀ ମେଡ଼ିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ନିର୍ଦ୍ଦେଶ । ଅକ୍ସିଜେନ ଥିବା ବେଡ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି । କୋଭିଡ ମୁକାବିଲା ଲାଗି ଏକ ମାସ ପାଇଁ ପର୍ଯ୍ୟାପ୍ତ ଔଷଧ ମହଜୁଦ ଅଛି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ବଢ଼ାଇବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଆମର ଟିକାକରଣ ଭଲ ହୋଇଛି । ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି । ଆତଙ୍କିତ ନ ହେବା ସହ ଆତଙ୍କ ସୃଷ୍ଟି ନ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ଜଣ କୋଭିଡ୍‌ ସଂକ୍ରମିତ । ଏ ପର୍ଯ୍ୟନ୍ତ ରାଜ୍ୟରେ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କେହି ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ସମସ୍ତେ ଓମିକ୍ରନ ସବ୍‌ ଭ୍ୟାରିଆଣ୍ଟ ିଏ.୨ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ଦୁଇଟି ଟିକା ନେବା ପରେ ଲୋକଙ୍କ ଭିତରେ ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇଛି । ସଚେତନତା ବି ବଢ଼ିଛି । ରାଜ୍ୟରେ ପ୍ରତି ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ କରାଯାଇଛି । କୋଭିଡର ଆଉ ଏକ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.