୫-ଟି ସଚିବଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ, ମୁଖ୍ୟମନ୍ତ୍ରୀଙ୍କ ସମୟାନୁବର୍ତ୍ତିତା ଅନ୍ୟମାନଙ୍କ ପାଇଁ ଉଦାହରଣ

0 68

ଭୁବନେଶ୍ୱର, ୨୯ା୧୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟାନୁବର୍ତ୍ତିତା ନେଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ କରିଛନ୍ତି । ଆଜି ଅନୁଗୁଳ ଗସ୍ତ ସମୟର ଭିଡ଼ିଓକୁ ସେ ପୋଷ୍ଟ କରି କହିଛନ୍ତି ଯେ, ଘଣ୍ଟାରେ ଠିକ୍‌ ୧୦.୧୦ ମିନିଟରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ପାଇଁ ବାହାରିଥିଲେ । ଯେକୌଣସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଠିକ୍‌ ସମୟରେ ବାହାରନ୍ତି ଓ ସେଠାରେ ଠିକ୍‌ ସମୟରେ ପହଞ୍ଚନ୍ତି । ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏଇ ସମୟାନୁବର୍ତ୍ତିତାକୁ ବଜାୟ ରଖି କରିଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଫାଇଭ୍‌ ଟି ସଚିବ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ।

Leave A Reply

Your email address will not be published.