କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ଆରମ୍ଭ

0 57

ଭୁବନେଶ୍ୱର,୩୦ା୧୨(ଡିକେ ନ୍ୟୁଜ): କ୍ୟାପିଟାଲ ହସ୍ପିଟାଲରେ ପିଜି ଆଇଏମଇଆର ପାଠ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରୀ ଛାତ୍ରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । କ୍ୟାପିଟାଲ ହସପିଟାଲରେ ଚଳିତ ବର୍ଷରୁ ଆରମ୍ଭ ହୋଇଛି ପିଜି ପାଠ୍ୟକ୍ରମ । ୬ଟି ସ୍ପେଶାଲ ଏମଏସ ଏବଂ ଏମଡି ଆରମ୍ଭ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଆରମ୍ଭ ହୋଇଛି । ଚଳିତ ବର୍ଷଠାରୁ ଏଠାରେ ପିଜି ଆଇଏମଇଆର ପାଠ୍ୟକ୍ରମ ପ୍ରଚଳନ କରାଯାଇଛି । ଏହି ପାଠ୍ୟକ୍ରମ ଆରମ୍ଭ ହେବା ଅବରସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ କ୍ୟାପିଟାଲ ହସପିଟାଲରେ ପାଠପଢା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟାଚ୍‌ ପିଜି
ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ମୋଟ ୧୫ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ଅନୁମତି ପ୍ରଦାନ କରାଯାଇଛି । ୬ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ଟି ସ୍ପେଶାଲ ଏମଏସ / ଏମଡି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି ବୋଲି କ୍ୟାପିଟାଲ ହସପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨, ଶିଶୁରୋଗ ବିଭାଗରେ ୪, ଶ୍ୱାସରୋଗ ବିଭାଗରେ ୩ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଆଉ ୯ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମ·ର୍ରୀଙ୍କ ସହ ପାଖାପାଖି ୭୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ବିଭିନ୍ନ ସ୍ୱତନ୍ତ୍ର ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.