ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ୪ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

0 96

ଭୁବନେଶ୍ୱର,୩୦ା୧୨(ଡିକେ ନ୍ୟୁଜ): ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪%ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪%ରୁ ୩୮%କୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୭.୨୦୨୨ରୁ ପିଛିଲା ଭାବରେ ଲାଗୁ କରାଯାଇଛି । ସେହିପରି ସଂଶୋଧିତ ହାରରେ ପେନ୍‌ସନ୍‌ ପାଉଥିବା ପେନ୍‌ସନ୍‌ଭୋଗୀଙ୍କ ଟି.ଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମ·ରୀ ଓ ସାଢେ଼ ତିନି ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ଦଶହରା ପୂର୍ବରୁ ସରକାରୀ କର୍ମ·ରୀଙ୍କ ମହଙ୍ଗା ଭତ୍ତାରେ ୩% ବୃଦ୍ଧି କରିଥିଲେ । ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ । ଏହାଦ୍ୱାରା ସରକାରୀ କର୍ମ·ରୀଙ୍କ ମହଙ୍ଗା ଭକର୍ମ·ରୀତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୧.୨୦୨୨ରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା ।

Leave A Reply

Your email address will not be published.