ମୃତ୍ୟୁ ପୂର୍ବରୁ ଇକୋ ରିଟ୍ରିଟ୍‌ରେ ରାତି କାଟିଥିଲେ ପାଭେଲ : ନିଶାରେ ଥିଲେ ଚୁର୍‌!

0 67

ଭୁବନେଶ୍ୱର,୩୦ା୧୨(ଡିକେ ନ୍ୟୁଜ): ରୁଷୀୟ ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ଏହି ଟିମ୍‌ ଆଜି ଥାନାରେ ଏସ୍‌ଡ଼ିପିଓ ଦିବ୍ୟଜ୍ୟୋତି ଦାସ ଓ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କୁ ଭେଟିବା ପରେ, ମୃତକମାନେ ରହୁଥିବା ରାୟଗଡ଼ାର ହୋଟେଲ୍‌ ସାଇ ଇଣ୍ଟରନ୍ୟାସନାଲ ହୋଟେଲୁ ଯାଇ ଦିନ ତମାମ୍‌ ଫରେନ୍ସିକ ଟିମ୍‌ ସହ ଖୋଳତାଡ଼ କରିଛନ୍ତି । ରାୟଗଡ଼ାର ହୋଟେଲ୍‌ ସାଇ ଇଣ୍ଟରନ୍ୟାସନାଲ ହୋଟେଲର ଛାତଠୁ ଝରକା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଖୋଳତାଡ଼ କରିଛି କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ । ସବୁ ଜାଗାର ମାପଚୁପ, ଫଟୋଗ୍ରାଫି ଓ ଭିଡିଓ ସୁଟିଂ କରାଯାଇଛି । ଯେଉଁ ଝରକାରୁ ଖସିପଡ଼ି ରୁଷୀୟ ସାଂସଦ ପାଭେଲ୍‌ ଆଣ୍ଟୋଭ ପ୍ରାଣ ହରାଇଥିଲେ ସେଠାରେ ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ୍‌ ଟିମ୍‌ ୧୦ ଜଣିଆ ଟିମ୍‌ ପହଞ୍ଚି ଦିନସାରା ଛାନ୍‌ଭିନ୍‌ କରିଛନ୍ତି । ଚେଷ୍ଟା କରିଛନ୍ତି, ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁର ରହସ୍ୟ ଭେଦିବାକୁ । ଏଥିସହ ମୃତକମାନଙ୍କ ପୋଷ୍ଟମର୍ଟମ କରିଥିବା ୪ଜଣ ଡାକ୍ତରଙ୍କୁ ବି ଡକାଇ ପଚରାଉଚରା କରିଛନ୍ତି । ତେଣେ ସମ୍ପୃକ୍ତ ୪ ରୁଷୀୟ ପର୍ଯ୍ୟଟକ ରାୟଗଡ଼ା ଯିବା ପୂର୍ବରୁ ଭୁବନେଶ୍ୱର ଓ କନ୍ଧମାଳର ଦାରିଙ୍ଗବାଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି । ସେପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଗକୁ ସାକ୍ଷୀମାନଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ଜଣାପଡ଼ିଛି । ତଦନ୍ତ ଯେତେ ଯେତେ ଆଗକୁ ବଢୁଛି, ସାମ୍ନାକୁ ଆସୁଛି ସେତେ ନୂଆ ନୂଆ ତଥ୍ୟ । ଦିଲ୍ଲୀରୁ ଓଡ଼ିଶା ଆସିବା ପରେ ପ୍ରଥମେ ଭୁବନେଶ୍ୱରରେ ଥିଲେ ସମ୍ପୃକ୍ତ ୪ ରୁଷୀୟ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ନିକଟରେ ଉଠାଇଥିଲେ ଫଟୋ । ରାଜଧାନୀର ଏହି ଦାମୀ ହୋଟେଲରେ ବୁକ୍‌ ହୋଇଥିଲା ୩ଟି ରୁମ୍‌ । ୨୧୨ ନମ୍ବର ରୁମ୍‌ରେ ଏକାଠି ରହୁଥିଲେ ଆଣ୍ଟୋଭ ଓ ଭ୍ଲାଦିମିର । ୨୩୦୫ରେ ନାଟାଲିଆ ଓ ମିଖାଇଲ୍‌ ରହୁଥିବା ବେଳେ, ୨୩୦୪ରେ ଥିଲେ ଟୁର୍‌ ଗାଇଡ୍‌ । ସମସ୍ତେ ଡିସେମ୍ବର ୧୯ ଦିନ ଗୋଟାଏରେ ଚେକ୍‌ ଇନ୍‌ କରି, ୨୦ ତାରିଖ ସକାଳ ୮ଟା ୧୧ରେ ଚେକ୍‌ ଆଉଟ୍‌ କରିଥିଲେ । ଭୁବନେଶ୍ୱରରୁ ସେମାନେ ଯାଇଥିଲେ କନ୍ଧମାଳର ଦାରିଙ୍ଗବାଡ଼ି । ସେଠାରେ କିରିକୁଟି ସ୍ଥିତ ପାନାସିଆ ଇକୋ ରିଟ୍ରିଟ୍‌ ରାତି ବିତାଇଥିଲେ । ରିସର୍ଟ ମ୍ୟାନେଜର ଏନେଇ ମୁହଁ ଖୋଲିନଥିବା ବେଳେ, କର୍ମ·ରୀ କାଳିଆ ସାହୁ କହିଛନ୍ତି ୪ ଜଣ ଯାକ ରାୟଗଡ଼ା ଅଭିମୁଖେ । ମୃତ ରୁଷୀୟ ସାଂସଦ
ଓ ତାଙ୍କ ବନ୍ଧୁ ଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀୟ ଏହାସତ୍ତେ୍ୱ ମୃତଦେହକୁ ପୋଲିସ ଦାହ ସଂସ୍କାର କରିବାକୁ ନେଇ ବି ଉପୁଜିଛି ସନ୍ଦେହ । ଏନେଇ ଚର୍ଚ୍ଚା ଜୋର ଧରିବା ପରେ, ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ୍‌ ଆଲିପୋଭ୍‌ ଟ୍ୱିଟ୍‌ କରିଛନ୍ତି ଯେ, ୨ ରୁଷୀୟଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଭାରତ ସରକାର ନେଉଥିବା ପଦକ୍ଷେପକୁ ଆମେ ପ୍ରଶଂସା କରୁଛୁ । ରୁଷୀୟ ପରମ୍ପରା ଅନୁସାରେ, ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ଦାହ କରାଯାଇପାରିବ, କବର ମଧ୍ୟ ଦିଆଯାଇପାରିବ । ସେହିପରି କୋଲକାତା ସ୍ଥିତ ରୁଷୀୟ କନ୍‌ସୁଲେଟ୍‌ ଜେନେରାଲ୍‌ ଜଣାଇଛନ୍ତି ଯେ, ୨ ମୃତକଙ୍କ ମରଶରୀରକୁ ଦାହ କରିବାକୁ ସେମାନଙ୍କ ନିକଟ ସଂପର୍କୀୟ ସ୍ପଷ୍ଟ ରୂପେ ସହମତି ଜଣାଇଥିଲେ ଏବଂ ଚିତାଭସ୍ମକୁ ରୁଷିଆ ନେଇଯିବାକୁ କହିଥିଲେ । ସୂଚନା ଥାଉକି, ଚଳିତ ମାସ ୨୨ ଓ ୨୪ ତାରିଖରେ ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଥିଲା । ମୃତ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ । ରୁଷ ଯୁକ୍ରେନ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ । ପାଭେଲ ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ ପାଭେଲ । ସେମାନେ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ । ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ ।

Leave A Reply

Your email address will not be published.