ରହସ୍ୟଘେରରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ

0 66

ଭୁବନେଶ୍ୱର/ ଯୋଡ଼ା,୨ା୧(ଡିକେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଚଳାଇଛି ଯୋଡ଼ା ପୋଲିସ୍‌ । ସୋମବାର ସକାଳୁ ଶୁଭଶ୍ରୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ଟାଟା ଷ୍ଟିଲ ମେଡ଼ିକାଲର ଶବ ଗୃହ ନିକଟରେ ଡେଡ୍‌ବଡିର ଇନକ୍ୱେଷ୍ଟ କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଛି । ପୋଷ୍ଟ ମୋର୍ଟମ୍‌ ସରିବା ପରେ ମୃତଦେହକୁ ରାଉରକେଲା ସ୍ଥିତ ତାଙ୍କ ଘରକୁ ନିଆଯିବ ବୋଲି ଜଣାପଡ଼ିଛି । ସେପଟେ ପୋଲିସ୍‌ ଶୁଭଶ୍ରୀ ରହୁଥିବା ଘରକୁ ଯାଇ ସେଠାରୁ ତାଙ୍କର ମୋବାଇଲ ଫୋନ, ମେଡ଼ିସିନ୍‌ ବୋତଲ ସହିତ କିଛି କାଗଜପତ୍ର ଜବତ୍‌ କରି ଅନୁସନ୍ଧାନ ଜାରି ରଖିଛି । ଶୁଭଶ୍ରୀଙ୍କ ଏଭଳି ମୃତ୍ୟୁ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ । ଶୁଭଶ୍ରୀଙ୍କ ଫୋନର କଲ ରେକର୍ଡ ଯାଞ୍ଚ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମ·ରୀଙ୍କୁ ପଚରା ଉଚୁରା ଚଳାଇଛି ପୋଲିସ୍‌ । କର୍ମ·ରୀ ମାନଙ୍କ କହିବା କଥା ହେଲା, ୩୧ ତାରିଖ ମଧ୍ୟରାତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେମାନେ ୭ ଜଣ ଏକାଠି ମିଶି ଜିରୋ ନାଇଟ ସେଲିବ୍ରସନ୍‌ କରିଥିଲେ । ନୃତ୍ୟ ଗୀତରେ ଝୁମିଥିଲେ ଶୁଭଶ୍ରୀ । ଏଥିପାଇଁ ଶୁଭଶ୍ରୀ ନିଜେ ସବୁ ଆୟୋଜନ କରିଥିଲେ । ନିଜ ହାତରେ ·ଉମିନ ଓ ଫ୍ରାଏଡ ରାଇସ ବାନାଇଥିଲେ । କେକ୍‌ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ । ରାତି ଦେଢଟା ପର୍ଯ୍ୟନ୍ତ ସେଲିବ୍ରେସନ ମନାଇବା ପରେ ଶୁଭଶ୍ରୀ ଉପର ମହଲାରେ ଥିବା ନିଜ ରୁମକୁ ·ଲିଯାଇଥିଲେ । ତେବେ ନୂଆ ବର୍ଷର ନୂଆ ସକାଳ ଦେଖିପାରି ନଥିଲେ ଶୁଭଶ୍ରୀ । ସକାଳ ୭ ଟାରେ ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା କବାଟ ବାଡେଇ ଥିଲେବି ଶୁଭଶ୍ରୀ କବାଟ ଫିଟାଇ ନଥିଲେ । ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମ·ରୀ ଦୁବରାଜ ମହାନ୍ତ ଡାକ୍ତର ମ୍ୟାଡମଙ୍କୁ ଫୋନ କରିଥିଲେ ବି ସେ ଫୋନ ଉଠାଇ ନଥିଲେ । ବାରମ୍‌ାର କବାଟ ବାଡେଇଲା ପରେବି କିଛି ଉତ୍ତର ନମିଳିବାରୁ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଶେଷରେ ସନ୍ଧ୍ୟା ସମୟରେ ପୋଲିସ୍‌ କବାଟ ତାଡ଼ି ଭିତରକୁ ପଶିବା ପରେ ବିଛଣା ଉପରେ ସ୍ଥିର ଅବସ୍ଥାରେ ଶୁଭଶ୍ରୀ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ତେବେ ସେତେବେଳକୁ ତାଙ୍କର ପ୍ରାୟ
ମୃତ୍ୟୁ ଘଟିସାରିଥିଲା । ତେବେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟାଷ୍ଟିଲ ମେଡ଼ିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଆଉ ଏକ ତଥ୍ୟ ଏବେ ପଦାକୁ ଆସିଛି । ଗତ ୨୦ ତାରିଖରେ ଶୁଭଶ୍ରୀ ଜନୈକ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ କରିଥିଲେ । ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସହିତ ରୁଗୁଡ଼ି ଠାରେ ଥିବା ଏକ ଘରୋଇ ଖଣି କମ୍ପାନୀର ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦୁଇଥର ସେକ୍ସୁଆଲ ରିଲେସନ ରଖିଥିଲେ । ତେବେ ସେ ପରେ ବିବାହ ପାଇଁ ମନା କରିଦେଇଥିଲେ । ଯାହା ଫଳରେ ଏନେଇ ସେ ଯୋଡ଼ା ଥାନାରେ ଅଭିଯୋଗ ଦେଇଥିଲେ । ଏହାକୁ ନେଇ ଯୋଡ଼ା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା ଏବଂ ସେହିଦିନ ବଡ଼ବିଲ ଜେଏମ୍‌ଏଫ୍‌ ସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ ମଧ୍ୟ
ହୋଇଥିଲା । ଏହି ଘଟଣାକୁ ନେଇ ଶୁଭଶ୍ରୀଙ୍କ ପରିବାର ଲୋକେ ମୁହଁ ଖୋଲୁ ନଥିବା ବେଳେ, ମୃତ୍ୟୁ ପଛର ରହସ୍ୟ ଘନେଇବାରେ ଲାଗିଛି । ଏହି ଘଟଣାରେ କୌଣସି ସୁଇସାଇଟ ନୋଟ୍‌ ମିଳି ନଥିବା ବେଳେ, ମୃତ ଦେହରେ ମଧ୍ୟ ସେଭଳି କିଛି ଚିହ୍ନ ଦେଖିବାକୁ ମିଳି ନଥିଲା । ତେବେ ଏହା ଏକ ସ୍ୱାଭାବିକ ମୃତ୍ୟୁ ନା ଏହାପଛରେ ପ୍ରେମ, ପ୍ରତାରଣା ନା ଆଉ କିଛି କାରଣ ରହିଛି ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.