ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଛାତ୍ର ଅଟକ

0 70

ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ମାଡ ମରାଯିବା ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକଙ୍କ ମଧ୍ୟରେ ୨ ଜଣ ସାବାଳକ ଓ ଅନ୍ୟ ୨ ଜଣ ନାବାଳକ ଥିବା ଜଣାଯାଇଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିଲା ବୋଲି ପୁଲିସ କହିଛି । ଦ୍ୱିତୀୟ ବର୍ଷର ଛାତ୍ରମାନେ ପ୍ରଥମ ଶ୍ରେଣୀ ଛାତ୍ରକୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଫଳରେ ଯୁକ୍ତ
ଦୁଇ ପ୍ରଥମ ବର୍ଷର ଛାତ୍ର ଗୁରୁତର ହୋଇଥିଲେ । ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ଏନେଇ ବଡଗଡ଼ ଥାନାରେ ଅଭିଯୋଗ କରିଥିଲେ । ମାଡ଼ ମାରିବା ବେଳର ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ମାଡ ଖାଇଥିବା ଛାତ୍ର ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନରେ ପଢ଼ୁଥିବା ବେଳେ ପ୍ରତିଦିନ ଏକ ଛାତ୍ରୀଙ୍କ ସହ କଲେଜ ଆସୁଥିଲେ । ଏହାକୁ ନେଇ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳାର ଜଣେ ଛାତ୍ର ବିରୋଧ କରିଥିଲେ । ଉକ୍ତ ଯୁକ୍ତ ୨ ବିଜ୍ଞାନ ଛାତ୍ରକୁ ଡ଼ାକି ଏହି ଛାତ୍ରୀ ଠାରୁ ଦୂରେଇ ରହିବାକୁ ତାଗିଦ୍‌ କରିଥିଲେ । ଏ ସମ୍ପର୍କରେ ଯୁକ୍ତ ୨ ବିଜ୍ଞାନ ଛାତ୍ର ଜଣକ ତାର ଚିହ୍ନା ଥିବା ଉକ୍ତ କଲେଜ ଯୁକ୍ତ ୩ର ଜଣେ ଛାତ୍ରଙ୍କୁ ଜଣାଇଥିଲେ । ସିନିୟରଙ୍କ ନିକଟରେ ଅଭିଯୋଗ କରିବା ଜାଣିବା ପରେ ଉକ୍ତ ଯୁକ୍ତ ୨ ବିଜ୍ଞାନ ଛାତ୍ରଙ୍କୁ ଘେରିଯାଇ ଯୁକ୍ତ ୨ କଳା ଦ୍ୱିତୀୟବର୍ଷର ଛାତ୍ରଙ୍କ ସମେତ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.