ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

0 81

କଟକ, ୫ା୧(ଡିକେ ନ୍ୟୁଜ): ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ·ଲିବ । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଚଳିତ ବର୍ଷ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା ଶେଷ ହୋଇଯାଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇନି । ଆସନ୍ତା ୧୦ ଦିନ ଭିତରେ ସମ୍ମେଟିଭ-୧ ପରୀକ୍ଷାର ଫଳ ବାହାରିବ । ଯେଉଁମାନେ ସମ୍ମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ
ବିବେଚିତ ହେବେ । ସମ୍ମେଟିଭ-୧ ପରୀକ୍ଷା ଦେଇନଥିବା ପିଲାମାନେ ବି ସମ୍ମେଟିଭ୨ ପରୀକ୍ଷା ଦେବାକୁ ଯୋଗ୍ୟ । କିନ୍ତୁ ସମ୍ମେଟିଭ-୧ ପରୀକ୍ଷାର ମାର୍କ ସେମାନଙ୍କ ମାର୍କରୁ ବାଦ୍‌ ପଡ଼ିବ । ଉଭୟ ସମ୍ମେଟିଭ ପରୀକ୍ଷାର ପାର୍ଟନ ସମାନ । ମାଟ୍ରିକ ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ଅନଲାଇନରେ ଫର୍ମ ଫିଲ୍‌ ଅପ୍‌ ହେବ । ବିଭିନ୍ନ ଦେଶରେ କରୋନା ବ୍ୟାପୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଫଲାଇନ୍‌ ପରୀକ୍ଷାକୁ ନେଇ ଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯିବା ପରେ ପିଲାଙ୍କ ଦ୍ୱ-ନ୍ଦ୍ୱ ଦୂର ହୋଇଛି । ଗତବର୍ଷ ପରି ଚଳିତ ବର୍ଷ ବି ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୋଲିସ୍‌ ଷ୍ଟେସନରେ ୨୨ଟି ନୋଡ଼ାଲ ସେଣ୍ଟର ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ରୁ ୧୭ ତାରିଖ ମଧ୍ୟରେ ହେବ ବୋଲି ସାମ୍ବାଦିକ
ସମ୍ମିଳନୀରେ କୁହାଯାଇଛି । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ଶ୍ରେଣୀ ପରୀକ୍ଷା ହେବ ବୋଲି ଘୋଷଣା ହୋଇଥିବା ବେଳେ ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ ।

Leave A Reply

Your email address will not be published.