ଅବକାରୀ ବିଭାଗକୁ ଡିଜିଟାଲ୍‌ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର

0 68

ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ ଡିଜିଟାଲ୍‌ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୂର୍ବତନ
ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉ କି, ଓଡିଶା ସରକାରଙ୍କର ୫-ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯- ୨୦ରୁ ରାଷ୍ଟ୍ରୀୟ ସୂଚନା ଏବଂ ବିଜ୍ଞାନ କେନ୍ଦ୍ରର ସହାୟତାରେ ୩୦ରୁ ଅଧିକ ଅନଲାଇନ୍‌ ପରିମାପକ କାର୍ଯ୍ୟକାରୀ କରାଇ ସ୍ୱଚ୍ଛ, ଅବାଧ, ସ୍ୱଳ୍ପ ସମୟ, ନିରବଚ୍ଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଇ ଆସୁଅଛି । ଏହା ଅବକାରୀ ଅପରାଧର ସଠିକ୍‌ ନିରୀକ୍ଷଣ ଏବଂ ଏହାର କାର୍ଯ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରି·ଳନା ଏବଂ ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି । ସୂଚନାଯୋଗ୍ୟ ଗତ ବର୍ଷ ଡିସେମ୍ବର ସୁଦ୍ଧା ୨୯୦୩୮ ଗୋଟି ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫୫୪୧ ଗୋଟି ମୋକଦ୍ଦମା ରୁଜୁ କରାଯାଇଛି, ଯାହାକି ୫୬% ଅଧିକ । ଗତବର୍ଷ ଡିସେମ୍ବର ସୁଦ୍ଧା ଏନ୍‌ଡିପିଏସ୍‌ ଆଇନରେ ୧୩୧୦ ଗୋଟି ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୫୭୫ ଗୋଟି ମୋକଦ୍ଦମା ରୁଜୁ କରାଯାଇଛି, ଯାହାକି ୧୨୭% ଅଧିକ । ଚଳିତ ବର୍ଷ ଅବକାରୀ ରାଜସ୍ୱ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତବର୍ଷ ୫୦୨୩.୯୨ କୋଟି ହୋଇଥିଲା, ଯାହାକି ୨୩.୩୬% ଅଧିକ । ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କ ୫-ଟି ସୁତ୍ର ଅନୁସାରେ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତ୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉଛି ।

Leave A Reply

Your email address will not be published.