ଆନ୍ଦୋଳନକାରୀଙ୍କ ଉପରେ କଠୋର ହେଉଛି ଇରାନ, ଆଉ ଦୁଇ ଫାଶୀ ଖୁଣ୍ଟରେ ଝୁଲିଲେ

0 84

ତେହେରାନ : ଅ ।ନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଅ ।ଉ ଦୁଇ ଅନ୍ଦୋଳନକାରୀଙ୍କୁ ଫାଶୀ ଦିଅ ।ଯାଇଛି । ଅ ।ନ୍ଦୋଳନ ସମୟରେ ସେମାନେ ଜଣେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ । ଫାଶୀ ପାଇଥିବା ଦୁଇ ଯୁବକ ହେଲେ ମହମ୍ମଦ ମେହଦି କରାମି ଓ ସୟଦ ମହମ୍ମଦ ହୁସେନି । ଦୁର୍ନୀତି, ସାମରିକ କର୍ମଚାରୀଙ୍କୁ ହତ୍ୟା ମାମଲାରେ ଇରାନର ସୁପ୍ରିମକୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କରାମିଙ୍କ ବୟସ ମାତ୍ର ୨୨ ବର୍ଷ ହୋଇଥିବାବେଳେ ହୁସେନିଙ୍କ ବୟସ ମାତ୍ର ୨୦ ବର୍ଷ ଥିଲା । ଗତ ନଭେମ୍ୱର ୩ ତାରିଖରେ ସାରା ଇରାନରେ ହୋଇଥିବା ଅ ।ନ୍ଦୋଳନ ବେଳେ ଏହି ଦୁଇ ଯୁବକ ଅ ।ଜାମିଅ । ନାମକ ଜଣେ ସୁରକ୍ଷା କର୍ମୀଙ୍କୁ ରାସ୍ତା ଉପରେ ହତ୍ୟା କରିଥିଲେ । ଗତ ଡିସେମ୍ୱର ମାସରେ ଇରାନର ଏକ କୋର୍ଟ ସେମାନଙ୍କ ଦୋଷ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଦେଇଥଲେ । ପରେ ଇରାନର ସୁପ୍ରିମକୋର୍ଟ ସେମାନଙ୍କ ମୃତ୍ୟୁଦଣ୍ଡା ଦେଶକୁ କାଏମ ରଖିଥିଲେ । ଏହି ଦୁଇଜଣ ଯୁବକଙ୍କୁ ମିଶାଇ ଇରାନ ସରକାର ଏପର୍ଯ୍ୟନ୍ତ ମୋଟ ୪ ଜଣ ଅ ।ନ୍ଦୋଳନକାରୀଙ୍କୁ ଫାଶୀ ଦେଇଛନ୍ତି । ଗତ କିଛି ଡିସେମ୍ୱର ମାସରେ ଇରାନ ସରକାର ୨ ଜଣ ଅ ।ନ୍ଦୋଳନର କାରୀଙ୍କୁ ସର୍ବସମୁଖରେ ଫାଶୀ ଦେଇଥିଲେ । ସେମାନଙ୍କ ନାଁ ମେହସିନ ସେକାରି ଓ ମାଜିଦ୍‌ ରେଜା ରାହନାବାଡ୍‌ ଥିଲା । ଉଭୟଙ୍କ ବୟସ ୨୫ ବର୍ଷରୁ କମ ହେବ ।

Leave A Reply

Your email address will not be published.