ଓସ୍କାରରେ ଏଣ୍ଟ୍ରି କଲା “ଦ କଶ୍ମୀର ଫାଇଲ୍ସ’

0 91

ମୁମ୍ବାଇ, ୧୦ା୧: ୨୦୨୨ର ସବୁଠୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ଆସିଛି ବଡ ଖବର । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାରରେ ଏଣ୍ଟ୍ରି କରିଛି । ଏହି ଫିଲ୍ମକୁ ଓସ୍କାର-୨୦୨୩ ପାଇଁ ଶର୍ଟଲିଷ୍ଟ କରାଯାଇଛି । ଭାରତରୁ ଓସ୍କାର ପାଇଁ ଚୟନ ହୋଇଥିବା ୫ଟି ଫିଲ୍ମ ମଧ୍ୟରୁ ଏହା ଗୋଟିଏ । ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜେ ସୋସିଶାଲ ମିଡିଆରେ ଏହି ଗୁଡ୍‌ ନ୍ୟୁଜ୍‌ ଶେଆର କରିଛନ୍ତି । କେବଳ ସେତିକି ନୁହେଁ କଶ୍ମୀର ଫାଇଲ୍ସର ଲିଡ୍‌ ରୋଲରେ ସାମିଲ ପଲ୍ଲଭି ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଓ ଅନୁପମ ଖେଙ୍ର୍କୁ ଓସ୍କାରର ବେଷ୍ଟ ଆକ୍ଟର କ୍ୟାଟେଗୋରୀ ପାଇଁ ଶର୍ଟଲିଷ୍ଟ କରାଯାଇଛି । ନିର୍ଦ୍ଦେଶକଙ୍କ କହିବା ମୁତାବକ, ଏହା ତ କେବଳ ଆରମ୍ଭ ମାତ୍ର, ଏବେ ଆହୁରି ଆଗକୁ ଯିବାର ଅଛି । ୨୦୨୨ ମାର୍ଚ୍ଚ ୧୧ରେ ଦ କଶ୍ମୀର ଫାଇଲ୍ସ ଫିଲ୍ମ ରିଲିଜ ହୋଇଥିଲା । ଏହା ଏକ ମଲ୍ଟିଷ୍ଟାରର୍‌ ମୁଭି । ଏଥିରେ ମିଥୁନ, ଅନୁପମ ଖେର, ଦର୍ଶନ କୁମାର, ପଲ୍ଲଭି ଯୋଶୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ବଖାଣିଥିବା ଏହି ଫିଲ୍ମଟି ଯେତିକି ଚର୍ଚ୍ଚିତ ଥିଲା ସେତିକି ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା । ଅନେକ ରାଜନେତାମାନେ ମଧ୍ୟ ଏହି ଫିଲ୍ମକୁ ନେଇ ଟାର୍ଗେଟ୍‌ କରିଥିଲେ । ୧୯୯୦ରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ନରସଂହାର ଉପରେ ଏହି ଫିଲ୍ମଟି ଆଧାରିତ ଥିଲା । ଫିଲ୍ମଟି ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । କମ୍‌ ବଜେଟରେ ତିଆରି ଏହି ଫିଲ୍ମଟି ପୂରା ଭାରତରେ ୨୫୨ କୋଟି ଟଙ୍କା ଓ ବିଶ୍ୱବ୍ୟାପୀ ୩୪୧ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

Leave A Reply

Your email address will not be published.