୨୦୨୨ରେ ୧୦୦ ବିଲିୟନ ଡଲାର ପଠାଇଛନ୍ତି ପ୍ରବାସୀ ଭାରତୀୟ

0 68

ନୂଆଦିଲ୍ଲୀ : ଗତବର୍ଷ ଦେଶକୁ ଅଧିକ ଅର୍ଥ ପଠାଇଛନ୍ତି ପ୍ରବାସୀ ଭାରତୀୟ । ୨୦୨୨ ରେ ପ୍ରବାସୀଙ୍କ ଦ୍ୱାରା ଦେଶକୁ ପଠାଯାଇଥିବା ଅର୍ଥରେ ବୃଦ୍ଧି ହୋଇଛି । ୨୦୨୧ ତୁଳନାରେ ୨୦୨୨ ରେ ଏହି ଅର୍ଥ ୧୨ ପ୍ରତିଶତ ବଢ଼ି ପ୍ରାୟ ୧୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଦୋରରେ “ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ ରେ ଉଦବୋଧନ ଦେଇ ଏନେଇ କହିଛନ୍ତି । ଅର୍ଥମନ୍ତ୍ରୀ ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ବିଷୟରେ କହିଛନ୍ତି ।
ସେ କହିଛନ୍ତି କୋଭିଡ ମହାମାରୀ ଆରମ୍ଭ ହେବା ପରେ ୨୦୨୨ ରେ ପ୍ରବାସୀ ଭାରତୀୟ ବିଦେଶରୁ ଦେଶକୁ ପ୍ରାୟ ୧୦୦ ବିଲିୟନ ଡଲାର ପଠାଇଛନ୍ତି ଯାହା ୨୦୨୧ ତୁଳନାରେ ୧୨ ପ୍ରତିଶତ ଅଧିକ । ଅର୍ଥମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ “ଭାରତର ପ୍ରକୃତ ରାଜଦୂତ’ ବୋଲି କହିଛନ୍ତି । ଏହାସହ ଅପିଲ୍‌ କରିଛନ୍ତି ଯେ, ପ୍ରବାସୀ ଭାରତରେ ନିର୍ମିତ ଉତ୍ପାଦ ଏବଂ ସେବାର ବ୍ୟବହାର କରନ୍ତୁ ଫଳରେ ଦେଶର ବିଭିତ୍ତ ବ୍ରାଣ୍ଡ୍‌ର ଦୁନିଆରେ ପ୍ରଚାର ହୋଇପାରିବ । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ “ଚୀନ ପ୍ଲସ
ୱାନ୍‌’ ନୀତି ପରେ ଦୁନିଆ ଏବେ ‘ୟୁରୋପୀୟ ସଂଘ ପ୍ଲସ ୱାନ୍‌’ ନୀତି ଉପରେ ଚର୍ଚ୍ଚା କରୁଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଭାରତରେ କାରଖାନା ଲଗାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେ ସୂଚନା ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ଟେକ୍ନୋଲୋଜୀ, ଅଟୋମୋବାଇଲ୍‌, ସେମିକଣ୍ଡକ୍ଟର ଡିଜାଇନ୍‌, ଔଷଧ ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ ଭାରତୀୟ ଅଭିଜ୍ଞତାର ଉଦାହରଣ ଦେଇ କହିଛନ୍ତି, ଦେଶ ଜ୍ଞାନ ଏବଂ ପ୍ରଗତିକୁ ନେଇ ବିଶ୍ୱ ସ୍ତରରେ ଉଭା ହୋଇଛି । ସେ ଆହୁରି କହିଛନ୍ତି
ଆଜାଦୀ କା ଅମୃତ କାଳରେ ଆକାଂକ୍ଷାରେ ଭରା ଭାରତ ୪ ଆଇ(୪) ଉପରେ ଗୁରୁତ୍ୱ ଦେଉଛି । ଯେଉଁଥିରେ ଇନଫ୍ରାଷ୍ଟ୍ରକଚର(ମୌଳିକ ଭିତ୍ତିଭୂମି), ଇନଭେଷ୍ଟମେଣ୍ଟ(ନିବେଶ), ଇନୋଭେସନ ଏବଂ ଇନକ୍ଲୁଜନ ସାମିଲ ରହିଛି ।

Leave A Reply

Your email address will not be published.