ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ

0 70

କଟକ,୧୧ା୧(ଡିକେ ନ୍ୟୁଜ): ଆଜିଠାରୁ ପ୍ରସିଦ୍ଧ ଧବଳେଶ୍ୱର ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ସର୍ବସାଧାରଣ ଦର୍ଶନ ପାଇଁ ଆଠଗଡ ଉପଜିଲ୍ଲାପାଳ ଅନୁମତି ଦେଇଛନ୍ତି । ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ଦିଆଯାଇଛି । ଉଲ୍ଲେଖନୀୟ ଯେ ଆସନ୍ତା ମକର ସଂକ୍ରାନ୍ତି ଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ନିର୍ମାଣାଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ସରିଥିବାରୁ ପ୍ରଶାସନ ଆଗୁଆ ମନ୍ଦିରକୁ ପ୍ରବେଶ ଅନୁମତି ଦେଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ । ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା । ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲଗାଯାଇଥିଲା । ସେପଟେ ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ପକ୍ଷରୁ ଦାବି ହୋଇ ଆସୁଥିଲା ।

Leave A Reply

Your email address will not be published.