୧୬ରେ ଓଡ଼ିଶା ଫେରିବ ମୁକ୍ତି ସଂଗ୍ରାମର ମହାଯୋଦ୍ଧା ଡାକୋଟା

0 70

ଭୁବନେଶ୍ୱର, ୧୨ା୧(ଡିକେ ନ୍ୟୁଜ): ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଏହି ଏଜେନ୍ସି ଡାକୋଟା ବିମାନକୁ ଡିସମେଣ୍ଟାଲ କରି ସଡ଼କ ପଥରେ ଏହାକୁ ଭୁବନେଶ୍ୱର ଆଣିବ । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନ ଡିସମେଣ୍ଟାଲ ହୋଇସାରିଛି । ୧୪ ତାରିଖରେ ଏହା କୋଲକାତାରୁ ବାହାରିବ । ଆଶା କରାଯାଉଛି, ୧୬ ତାରିଖରେ ଏହା ଭୁବନେଶ୍ୱର ପହଞ୍ଚିବ । ଏଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରି ଆସେମ୍ବଲ କରାଯିବ । ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଲିଜ୍‌ରେ ଦିଆଯାଇଥିବା ସ୍ଥାନରେ ଦର୍ଶକଙ୍କ ପାଇଁ ଇନଷ୍ଟଲ କରିବେ ରାଜ୍ୟ ସରକାର ।

Leave A Reply

Your email address will not be published.