କୃଷି ହେଉଛି ବୃହତ ନିଯୁକ୍ତି କ୍ଷେତ୍ର : ନବୀନ

0 70

ଭୁବନେଶ୍ୱର, ୧୨ା୧(ଡିକେ ନ୍ୟୁଜ): ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କରେ ଯୋଗ ଦେଇଛନ୍ତି ୨୪୦ ଜଣ ସହକାରୀ ମ୍ୟାନେଜର । ସେହିପରି ୨୬ଜଣ ସିଷ୍ଟମ ମ୍ୟାନେଜର ମଧ୍ୟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ·ଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ଗୁରୁତ୍ୱ ଭୂମିକା ତୁଲାଉଛି । ନୂଆ କର୍ମ·ରୀ ନିଯୁକ୍ତି ଫଳରେ ·ଷୀଙ୍କୁ ବ୍ୟାଙ୍କରୁ ଉତ୍ତମ ସେବା ମିଳିବ । ଏଥିସହ ·ଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ·ଷୀ ଆର୍ଥିକ ସ୍ଥିତି କିଭଳି ସୁଦୃଢ଼ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିଆସୁଛି ସମବାୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେଇଛନ୍ତି । ସେହିପରି କୃଷି ବିଭାଗରେ ଯୋଗ ଦେଇଛନ୍ତି ୨୨ ସହକାରୀ କୃଷି ଅଧିକାରୀ । ସେହିପରି କାଜୁ ବିକାଶ ନିଗମରେ ଯୋଗ ଦେଇଛନ୍ତି ୫୩ ଅଧିକାରୀ । କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ହେଉଛି ଏକକ ବୃହତ୍ତମ ନିଯୁକ୍ତିଦାତା । କୃଷି କ୍ଷେତ୍ରରେ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୩୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଗତ ୨୦ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣରୁ ଅଧିକ ବୋଲି କହିଛନ୍ତି
ମୁଖ୍ୟମନ୍ତ୍ରୀ । କୃଷି ଓ କୃଷକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାଜୁ ଉତ୍ପାଦନରେ ଓଡ଼ିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ । ତେଣୁ ୫- ଟି ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.