ଡଟ୍‌ ଫେଷ୍ଟରେ ମୁଖ୍ୟମନ୍ତ୍ରୀ ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ସର୍ବାଗେ

0 93

ଭୁବନେଶ୍ୱର, ୧୫ା୧(ଡିକେ ନ୍ୟୁଜ): ହକି ବିଶ୍ୱକପ ଉତ୍ସାହ ଭିତରେ ଆହୁରି ଉତ୍ସବମୁଖର ହେବ ରାଜଧାନୀ । କାହିଁକି ନା ଉଦ୍‌ଘାଟିତ ହୋଇଯାଇଛି ଡଟ୍‌ ଫେଷ୍ଟ । ଏହି ଡଟ୍‌ଫେଷ୍ଟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନରେ ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ମନ୍ଦିରମାଳିନୀ ସହର ଭୁବନେଶ୍ୱର ଆଜି ଚର୍ଚ୍ଚାରେ । ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ସର୍ବାଗ୍ରେ ରହିବ । ରବିବାର ଉଦ୍‌ଘାଟିତ ହୋଇଥିବା ଏହି ଡଟ୍‌ ଫେଷ୍ଟ ୨୯ ତାରିଖ ଯାଏ ·ଲିବ । ଦୁଲୁକିବ ପ୍ରଦର୍ଶନୀ ପଡ଼ିଆ । ଖାଦ୍ୟର ସମ୍ଭାର ସାଙ୍ଗକୁ ମିଳିବ ମନୋରଞ୍ଜନର ଭରପୁର ଖୋରାକ୍‌ । ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ୱ ପ୍ରଡ଼କ୍ଟ ପ୍ରଦର୍ଶୀତ ହେବ । ନାଇଟ ଫ୍ଲି ମାର୍କେଟ ସହିତ ·ଲିବ ଏକାମ୍ର ୱାକସ୍‌ । ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପଟେ ଅନ୍ତଜାର୍ତୀୟ ଖାଦ୍ୟ ମେଳା ସନ୍ଧ୍ୟା ୬ରୁ ଆରମ୍ଭ ହେବ । ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ମହାମଞ୍ଚରେ ରାତି ୧୦ ଯାଏଁ ·ଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବଲିଉଡ଼ର ଦିଶା ପଟାନୀ, ବ୍ଲାକ ସ୍ୱାନ ଗ୍ରୁପ, ଗୁରୁ ରାନ୍ଧୱା, ପ୍ରିୟା ମାଲିକ, ନୀତି ମୋହନ, ଦିବ୍ୟ କୁମାର, ସୁନୀଲ ଗ୍ରୋଭର, ଶିଳ୍ପା ରାଓ, ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖୱିନ୍ଦର ସିଂହ, ଇଣ୍ଡିଆଲ ଆଇଡ଼ଲ ଫେମ ପୱନଦୀପ ଓ ଅରୁଣିତା ରାଜଧାନୀବାସୀଙ୍କ ମନ ମୋହିବେ । ଓଡ଼ିଶାର ସୁନାମଧନ୍ୟ ଋତୁରାଜ, ବିଗ ଡ଼ିଲ୍‌ ରାପର, ସ୍ନିତି ମିଶ୍ର, ଲିସା ମିଶ୍ର, ଅନନ୍ୟା ନନ୍ଦ ଭଳି କଳାକାର ମହାମଞ୍ଚରେ କଳାର ପ୍ରଦର୍ଶନ କରିବେ । ହଲିଉଡ଼ର ଜର୍ଜ ବ୍ରୁକ୍ସ, ଲୁଇସ୍‌ ବ୍ୟାଙ୍କସ ସେମାନଙ୍କ କନସର୍ଟରେ କମାଲ କରିବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ସୁରକ୍ଷା ଦାୟିତ୍ୱରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ୨ ଜଣ ଅତିରିକ୍ତ ଡିସିପିଙ୍କ ସହ, ୬ଜଣ ଏସିପି, ୫୧ ଜଣ ଆଇଆଇସି ରହିବେ । ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ ।

Leave A Reply

Your email address will not be published.