ନେପାଳରେ ବଡ଼ଧରଣର ବିମାନ ଦୁର୍ଘଟଣା ସମସ୍ତ ୭୨ ଯାତ୍ରୀ ମୃତ

0 72

ନୂଆଦିଲ୍ଲୀ, ୧୫ା୧: ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରୁଥିଲା । ବିମାନଟି ଆଜି ସକାଳ ୧୦ଟା ୩୦ରେ ତ୍ରିବୁଭନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ବିମାନଟି ଅବତରଣ କରିବାର ୧୦ ସେକେଣ୍ଡ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିମାନଟି ପୁରୁଣା ଡୋମେଷ୍ଟିକ୍‌ ଏୟାରପୋର୍ଟ ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ପ୍ରବାହିତ ସେଟି ଗଣ୍ଡକି ନଦୀ କୂଳରେ ଅବସ୍ଥିତ ଜଙ୍ଗଲ ଜମିରେ ଖସିପଡିଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ଆଉ କୌଣସି ଯାତ୍ରୀ ଜୀବିତ ନଥିବା ଜଣାପଡ଼ିଛି । ବିମାନରେ ୧୧ ଜଣ ବିଦେଶୀ ଯାତ୍ରୀ ଏବଂ ସେମାନଙ୍କ ମଧ୍ୟରେ ତିନିଜଣ ଶିଶୁ ଥିଲେ । ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଏଥିରେ ୫୩ ଜଣ ନେପାଳୀ, ୫ ଜଣ ଭାରତୀୟ, ୪ ଜଣ ଋଷୀୟ, ଜଣେ ଇଂଲଣ୍ଡ ନାଗରିକ, ୨ଜଣ କୋରିଆ, ଜଣେ ଆର୍ଜେଣ୍ଟିନା ଏବଂ ଜଣେ ଫ୍ରାନ୍ସ ନାଗରିକ ଥିଲେ । ପୋଖରା ବିମାନ ବନ୍ଦରରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପରେ ସରକାର କ୍ୟାବିନେଟ୍‌ର ଜରୁରି ବୈଠକ ଡାକିଥିଲେ । ଏହା ଏକ ଏଟିଅରା-୭୨ ବିମାନ ଟର୍ବୋ ଥିଲା, ଯାହା ସର୍ବାଧିକ ଘଣ୍ଟାକୁ ୫୦୦ କିଲୋମିଟର ବେଗରେ ଗତି କରୁଥିଲା । ଏହି ଧରଣ ବିମାନ ଗୁଡ଼ିକ କମ୍‌ ଉଚ୍ଚତାରେ ଉଡ଼ିବା ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଘଟଣାର ଯାଞ୍ଚ କରାଯିବ ବୋଲି ନେପାଳ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି । ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ନେପାଳ ବିମାନବନ୍ଦର କର୍ତ୍ତୃପକ୍ଷର ଅଧିକାରୀମାନେ କହିଛନ୍ତି । ଅବତରଣ କରାଇବା ପାଇଁ ପାଇଲଟ୍‌ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ଙ୍କୁ ଅନୁମତି ମାଗିଥିଲେ ଏବଂ ସେଥିପାଇଁ ଅନୁମତି ପାଇଥିଲେ ମଧ୍ୟ ।

Leave A Reply

Your email address will not be published.