ପଦାକୁ ଆସିଲା ନାଗ-ଚାନ୍ଦ ଦମ୍ପତିଙ୍କ ବେଆଇନ୍‌ ସମ୍ପତ୍ତିର ଗୁମର

0 65

ଭୁବନେଶ୍ୱର,୧୫ା୧(ଡିକେ ନ୍ୟୁଜ): ଇଡି ଚାର୍ଜସିଟରେ ବ୍ଲାକମେଲ୍‌ କୁଇନ ଅର୍ଚ୍ଚନା ନାଗ ନାଁରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଫଳରେ ନାଗ ଦମ୍ପତିଙ୍କର କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ପ୍ରଘଟ ହେଉଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ସିନେ ପ୍ରଯୋଜକଙ୍କୁ ସେ କେମିତି ଫସାଇଥିଲା? ତାର ପୁରା କାହାଣୀ ଚାର୍ଜସିଟ୍‌ରେ ରହିଛି । କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ବ୍ଲାକମେଲ ପରେ କିଭଳି ଅର୍ଚ୍ଚନାର ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେଉଥିଲା ତାର ମଧ୍ୟ ଖୁଲାସା ହୋଇଛି । ବିଲଡ୍‌ର ପ୍ରମୋଦଙ୍କ ନାଁରେ ଯୌନ ଶୋଷଣ ମାମଲାରେ ଅର୍ଚ୍ଚନା ବ୍ୟାଙ୍କ୍‌ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସିଥିଲା । ଭୁବନେଶ୍ୱର କୋର୍ଟରେ ଇଡି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ କହୁଛି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଳା କାହାଣି କହିଛି । ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଘରେ ଭଡାରେ ରହୁଥିବା ବେଳେ ୨୦୧୭ ନଭେମ୍ବର ୧୬ରେ ଅର୍ଚ୍ଚନା ମହିଳା ଥାନାରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଥିଲା ସହୀଦ ନଗର ଏଚ୍‌ଡିଏଫସି ବ୍ୟାଙ୍କରେ ଥିବା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ଲକ୍ଷ ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୮ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା ବୋଲି ଜଣାପଡ଼ିଛି । ଏପଟେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେବା ପରେ ଥାନାରେ ଯୌନ ଶୋଷଣ ମାମଲାର ରଫାଦଫା ହୋଇଯାଇଥିଲା । ଅର୍ଚ୍ଚନା ନାଗର ଆକଆଉଣ୍ଟ ଡିଟେଲସ୍‌ରୁ ଏପରି ସତ ସାମ୍ନାକୁ ଆସିଛି । ସେହିପରି ଡିସେମ୍ବର ୫, ୮ ଓ ୨୨ ତାରିଖରେ ନାଗ ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟକୁ ମୋଟ୍‌ ୨୧ ଲକ୍ଷ ୭୦ ହଜାର ଟଙ୍କା ଆସିଛି । ଅନ୍ୟପଟେ ୨୦୧୭ ଡିସେମ୍ବର ୮ରେ କାର ବିଜନେସ ବାବଦକୁ ଏଗ୍ରିମେଣ୍ଟ କରିବା ସହ ଖଗେଶ୍ୱଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଆସିଥିବା ଇଡି ଡକ୍ୟୁମେଣ୍ଟ ପାଇଛି । ଯାହାଫଳରେ ଇଡି ଏବେ ନାଗ- ଚାନ୍ଦ ଦମ୍ପତି ଓ ସହଯୋଗୀ ଖଗେଶ୍ୱର ପାତ୍ର ନାଁରେ ବଳିଷ୍ଠ ପ୍ରମାଣ ପାଇଛି । ବେଆଇନ ଆର୍ଥିକ କାରବାରର ତଦନ୍ତ କଲାବେଳେ ଏମିତି ଅନେକ ସାଂଘାତିକ ତଥ୍ୟ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି । ସେପଟେ ଝାରପଡ଼ା କାରାଗାରରେ ଥିବା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନିଦ ହଜାଇ ଦେଇଛି ।

Leave A Reply

Your email address will not be published.