ସେନା ଦିବସରେ ସେନାମୁଖ୍ୟଙ୍କ ଦମ୍ଭୋକ୍ତି, ସବୁ ଆହ୍ୱାନର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

0 67

ବେଙ୍ଗାଲୁରୁ : ଦିଲ୍ଲୀରେ ଅନୁଷ୍ଠିତ ହୋଇ ଅ ।ସୁଥିବା “ସେନା ଦିବସ ପରେଡ୍‌’ ଅ ।ଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ୱାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଇଛି । ଏହି ଅବସରରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ । ଯବାନଙ୍କୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି, “ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅ ।ୟୋଜନ କରାଯାଉଛି । ଏହା ସେନାକୁ ଲୋକଙ୍କ ସହ ଯୋଡି ହେବାର ଏକ ସୁବର୍ଣ୍ଣ ସୁଯୋଗ ଦେଇଛି । ମୁଁ ନିଶ୍ଚିତ ଯେ ଏହା ଅ ।ମ ସମ୍ପର୍କକୁ ଅ ।ହୁରି ମଜବୁତ କରିବ । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅ ।ହୁରି ମଧ୍ୟ କହିଛନ୍ତି, “ଅ ।ମେ ଏଲଏସିରେ ଏକ ଦୃଢ ସ୍ଥିତିରେ ଅଛୁ ଏବଂ ଯେକୌଣସି ଅ ।ହ୍‌୍ୱାନର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ । ସେ କହିଛନ୍ତି ପଞ୍ଜାବ ଏବଂ ଜମ୍ମୁକଶ୍ମୀର ସୀମାରେ ଅନେକ ସମୟରେ ଡ୍ରୋନ୍‌ ଦେଖାଯାଉଛି, ଯାହା ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣ କରାଯାଇପାରିବ । ଏଥିପାଇଁ ଡ୍ରୋନ୍‌ ଅ ।ଣ୍ଟି ସିଷ୍ଟମ ଏବଂ ଜାମର ଲଗାଯାଇଛି । ସ୍ଥଳସେନା ମୁଖ୍ୟ କହିଛନ୍ତି ଯେ କିଛି ନୂଅ । ଅ ।ତଙ୍କବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ଟାର୍ଗେଟ କିଲିଂ କରୁଛନ୍ତି । ଅ ।ମେ ଅନ୍ୟ ସୁରକ୍ଷା ବାହିନୀ ସହିତ ମିଶି ଏହି ଚ୍ୟାଲେଞ୍ଜର ମୁକାବିଲା କରୁଛୁ । ସେହିପରି ଯବାନମାନଙ୍କୁ ପ୍ରଶଂସା କରି ମନୋଜ ପାଣ୍ଡେ କହିଛନ୍ତି, “ଅ ।ମର ସାହସୀ ସୈନିକମାନେ ଦୁର୍ଗମ ଅଞ୍ଚଳ ସହ ଖରାପ ପାଗ ସତ୍ତ୍‌ୱେ ସୀମାରେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ସୁବିଧା ଦିଅ ।ଯାଉଛି । ସ୍ଥାନୀୟ ପ୍ରଶାସନ, ଅନ୍ୟାନ୍ୟ ଏଜେନ୍ସି ଏବଂ ସେନା ମିଳିତ ଭାବେ ଭିତ୍ତିଭୂମି ବିକାଶରେ ଉନ୍ନତି ଅ ।ଣିଛନ୍ତି ।

Leave A Reply

Your email address will not be published.