ଓଡ଼ିଶା ଅଭିମୁଖେ ଡାକୋଟା

0 76

ଭୁବନେଶ୍ୱର, ୧୬ା୧(ଡିକେ ନ୍ୟୁଜ): ଫେରୁଛି ପ୍ରବାଦପୁରୁଷ ବିଜୁବାବୁଙ୍କ ଡାକୋଟା । ବିମାନର ସବୁ ଅଂଶ ଖୋଲିବା ପରେ ଏବେ ପ୍ୟାକିଂ ସରିଛି । ଏଆରଡିସିର ୧୦ ଜଣିଆ ଟିମ୍‌ ଗତ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ରାତିରେ ଦୁଇଟି ଲରିରେ ଡାକୋଟା ବିମାନର ସବୁ ଅଂଶ ଲୋଡ କରାଯିବା ପରେ ଆସନ୍ତାକାଲି ସନ୍ଧ୍ୟାରେ କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ଓଡ଼ିଶା ଅଭିମୁଖେ ଆସିବ ଡାକୋଟା । ଅତି ଯତ୍ନର ସହ
ବିମାନର ସବୁ ଅଂଶକୁ ଆଣିବା ପାଇଁ କାଠର ସ୍ୱତନ୍ତ୍ର ବାକ୍ସ ତିଆରି ହୋଇଛି । ୧୫ ଫୁଟ ଉଚ୍ଚତାର ପ୍ୟାକିଂକୁ ଦୁଇଟି ଲରି ଯୋଗେ ଅଣାଯିବ । ପରିବହନ ବେଳେ ଯେପରି ଟ୍ରାଫିକ୍‌ ସମସ୍ୟା ନ ହେବ, ସେଥିପାଇଁ ରାତିରେ ଅଣାଯିବାକୁ ନିଷ୍ପତ୍ତି ହୋଇଛି । ବିମାନଟି ସୁରକ୍ଷିତ ଭୁବନେଶ୍ୱରରେ ପହଞ୍ଚିବା ବାଟରେ ଯେଉଁସବୁ ଜିଲ୍ଲା ଦେଇ ଆସିବ ସେସବୁ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.