ଆଜିଠୁ ବର୍ଷା ୬ ଜିଲ୍ଲାକୁ କୁହୁଡି ସତର୍କତା

0 66

ଭୁବନେଶ୍ୱର, ୧୬ା୧(ଡିକେ ନ୍ୟୁଜ): ରାଜ୍ୟରେ କମିଛି ଶୀତ । ଏବେ ତାପମାତ୍ରାରେ ବୃଦ୍ଧି ହେବା ସହ ଘନ କୁହୁଡି ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ କାଲିଠୁ ଆରମ୍ଭ ହେବ ବର୍ଷା । ରାଜ୍ୟରେ କାଲିଠୁ ପାଣିପାଗ ବଦଳିବା ସହ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ । ଆସନ୍ତାକାଲି ଓ ୧୮ ତାରିଖ ଦୁଇଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲକା ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାର ୭ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଗୋଟିଏରୁ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବ । ସେହିଭଳି ୧୮ତାରିଖରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଭଦ୍ରକରେ ହାଲକା ବର୍ଷା ସମ୍ଭାବନା ରହିଛି । ଏଥି ସହିତ ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ରହିବ । ଅନ୍ୟପଟେ ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କଲବଲ କରିବ କୁହୁଡି । ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କମିବା ପରେ ରାଜ୍ୟକୁ ଜଳିୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଫଳରେ ରାତ୍ରିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଗୁଚୁ·ପ ବଳୟ ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡିର ଆସନ୍ତରଣ ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଅନୁଗୁଳ ଏବଂ ଢେଙ୍କାନାଳରେ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ରୁ ୧୦୦ ମିଟର ରହିବା ସମ୍ଭାବନା ଥିବାରୁ ସଂପୃକ୍ତ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କଟକ, ପାରାଦୀପ, ଖୋର୍ଦ୍ଧାରେ ୫୦ ମିଟର, ·ନ୍ଦବାଲି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ୧୦୦ ମିଟର ଏବଂ ଢେଙ୍କାନାଳରେ ୧୫୦ ମିଟରର ଦୃଶ୍ୟମାନ ଘନ କୁହୁଡ଼ି ଅନୁଭୂତ ହୋଇଛି । ସେହିଭଳି ହାଲକାରୁ ମଧ୍ୟମ ଧରଣର କୁହୁଡି ଅନୁଗୁଳରେ ୨୦୦ ମିଟର, ଭୁବନେଶ୍ୱରରେ ୩୫୦ ମିଟର, ବାରିପଦାରେ ୫୦୦ ମିଟର, କେନ୍ଦୁଝରରେ ୬୦୦ ମିଟର ଏବଂ ପୁରୀରେ ୮୦୦ ମିଟର ଦୃଶ୍ୟମାନ କୁହୁଡି ଅନୁଭୂତ ହୋଇଛି । ଘନ କୁହୁଡି ସତର୍କତା ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ଏସଆରସି । କୁହୁଡି ସମୟରେ ଦୁର୍ଘଟଣା ରୋକିବା ପାଇଁ ପୋଲିସ ଏବଂ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.