ବେଷ୍ଟ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ ‘ଆରଆରଆର’

0 88

ନୂଅ ।ଦିଲ୍ଲୀ : ଏସଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ ବିଶ୍ୱରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଗ୍ଲୋଡେନ୍‌ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ ବେଷ୍ଟ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍‌ ଅ ।ୱାର୍ଡ ଜିତିଛି । ଏନେଇ କ୍ରିଟିକ୍ସ ଚଏସ୍‌ ଅ ।ୱାର୍ଡ ନିଜ ଅଫିସିଅ ।ଲ୍‌ ଟ୍‌୍ୱିଟର ହ୍ୟାଣ୍ଡେଲରେ ଏକ ଶେୟାର କରିଛି । କ୍ୟାପସନରେ ‘ଆରଆରଆର’ ଫିଲ୍ମର କାଷ୍ଟ ଅ ।ଣ୍ଡ୍‌ କ୍ରୁ ମେମ୍ବରଙ୍କୁ ବହୁତ ଶୁଭେଚ୍ଛା । ‘ଆରଆରଆର’ ଫିଲ୍ମ “ଅଲ୍‌ କ୍‌୍ୱାଇଟ୍‌ ଅନ୍‌ ଦ ୱେଷ୍ଟର୍ନ ଫ୍ରଣ୍ଟ’, “ଅ ।ର୍ଜେଣ୍ଟିନା ୧୯୮୫’, “ବାର୍ଡୋ’, “ଫଲ୍ସ କାନିକଲ୍‌ ଅଫ୍‌ ଏ ହ୍ୟାଣ୍ଡଫୁଲ୍‌ ଅଫ୍‌ ଟୁଥ୍ସ, କ୍ଲୋଜ୍‌’ ଓ “ଡିସିଜନ୍‌ ଟୁ ଲିବ’ ଭଳି ଫିଲ୍ମକୁ ପଛରେ ପକାଇ ଏହି ଅ ।ୱାର୍ଡକୁ ହାତେଇ ନେଇଛି । ରାଜମୌଲି ମଧ୍ୟ ହାତରେ ଟ୍ରଫି ଧରି ଫଟୋ ଉଠାଉଥିବାର ଏକ ପୋଷ୍ଟ ଶେୟାର କରିଛନ୍ତି । ଏହା ପୂର୍ବରୁ ଗୋଲ୍ଡେନ ଗ୍ଲୋବ୨୦୨୩ରେ ବେଷ୍ଟ ଅରିଜିନାଲ ସଙ୍ଗ୍‌ ଅ ।ଓ୍ୱାର୍ଡ ପାଇଥିଲା ‘ଆରଆରଆର’ର ନାଟୁ ନାଟୁ ସଙ୍ଗ । ଅ ।ମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂସ୍କରଣରେ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ ଅ ।ଓ୍ୱାର୍ଡ ମିଳିଥିଲା । ବକ୍ସ ଅଫିସରେ ସୁପର ଡୁପର ହିଟ୍‌ ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ୱରେ ପ୍ରଶଂସା ସାଉଣ୍ଟୁଛି ।

Leave A Reply

Your email address will not be published.