ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର

0 58

ନୟାଗଡ଼,୧୬ା୧(ଡିକେ ନ୍ୟୁଜ): କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ଆଦେଶ ମୁତାବକ କେନ୍ଦ୍ର ସରକାରଙ୍କ ୨୦୦୨ ମସିହା ଜାନୁଆରୀ ୧୧ ତାରିଖରେ ଉଚ୍ଚ ସାମ୍ବିଧାନିକ ପଦବୀ ଅନୁଯାୟୀ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଫ୍ଲାସ୍‌ ଜନିତ ନାଲିବତୀ ଗାଡ଼ି କେବଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, କ୍ୟାବିନେଟ୍‌ ମନ୍ତ୍ରୀ, ଉଚ୍ଚନ୍ୟାୟାଳର ସମସ୍ତ ବିଚାରପତି କେବଳ ବ୍ୟବହାର କରିପାରିବେ । ସେହିପରି ବିନା ଫ୍ଲାସ୍‌ ନାଲିବତୀ ଗାଡ଼ି ଉପ ବାଚସ୍ପତି, ରାଜ୍ୟ ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ ବ୍ୟବହାର କରିପାରିବେ । ଉଚ୍ଚପଦସ୍ଥ ପୋଲିସ
ଯଥା ଡିଜିପି, ଏଡ଼ିଜିପି, ଆଇଜି, ଡିଆଇଜି, ଏସ୍‌ପି, ଡିସିପି, ଏସିପି, ଏଏସ୍‌ପି ଓ ଡିଏସ୍‌ପିମାନେ ହଳଦିଆ ବତୀ ବ୍ୟବହାର କରିପାରିବେ । ସଂଶୋଧିତ କେନ୍ଦ୍ର ମୋଟରଯାନ ନିୟମ ୧୦୮ ଉପ ନିୟମ ୪ ପ୍ରକାରେ ରାଜ୍ୟରେ କୌଣସି ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ କାର୍ଯ୍ୟପାଇଁ କେଉଁ କେଉଁ ପଦାଧିକାରୀ ନାଲିବତୀ ଗାଡ଼ି ବ୍ୟବହାର କରିବେ ତାହା ରାଜ୍ୟ ସରକାର ସ୍ଥିର କରିବେ । ୨୧ ମାର୍ଚ୍ଚ ୨୦୨୦ଠାରୁ କେନ୍ଦ୍ର ସରକାର କରୋନା ମହାମାରୀ ପାଇଁ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଆକ୍ଟ ୨୦୦୫କୁ ଲାଗୁ କରି ୩୧ ମାର୍ଚ୍ଚ ୨୦୨୨ଠାରୁ ଏହି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି । ମାତ୍ର ରାଜ୍ୟର ଅନେକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, କେତେକ ପୋଲିସ ଅଧିକାରୀ, ମ୍ୟୁନିସିପାଲଟି ଅଧିକାରୀମାନେ ନାଲିବତୀ ବା ହଳଦିଆ ବତୀ ଗାଡ଼ି ବ୍ୟବହାର କରୁଛନ୍ତି । ଯାହା ସଂପୂର୍ଣ୍ଣ ରୂପେ ବେଆଇନ । ତେଣୁ ଏହିସବୁ
ପଦାଧିକାରୀମାନେ ତୁରନ୍ତ ସେମାନଙ୍କର ସରକାରୀ ଗାଡ଼ିରୁ ନାଲିବତୀ ଓ ହଳଦିଆ ବତୀ କାଢ଼ନ୍ତୁ । ଯଦି ୭ ଦିନ ଭିତରେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ କରାନଯାଏ ଭାରତୀୟ ବିକାଶ ପରିଷଦ ଆଇନର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି । ଏଥିନେଇ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ରାଜ୍ୟ ମୁଖ୍ୟ
ଶାସନସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.