୧୫ବର୍ଷ ପୁରୁଣା ଗାଡ଼ିର ପଞ୍ଜିକରଣ ରଦ୍ଦ

0 79

ନୂଆଦିଲ୍ଲୀ, ୧୯ା୧: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ମୋଟର ଗାଡି ଆଇନର ସଂଶୋଧନ କରି ନୋଟିଫିକେସନ ଜାରି କରାଯାଇଛି । ଏହି କ୍ରମରେ ୧୫ବର୍ଷରୁ ଅଧିକ ହୋଇଥିବା ସମସ୍ତ ପୁରୁଣା ଗାଡିର ପଞ୍ଜିକରଣ ରଦ୍ଦ କରିବାକୁ କୁହାଯାଇଛି । ଏହାସହ ୧୫ବର୍ଷରୁ ଅଧିକ ବୟସର ଗାଡି ଉପରେ ରିନ୍ୟୁ ହୋଇଥିବା ପଞ୍ଜିକରଣକୁ ବି ରଦ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହିସବୁ ଗାଡିକୁ ଏବେ ସ୍କ୍ରାପ ସେଣ୍ଟରରେ ନଷ୍ଟ କରିବାକୁ ପଡିବ ବୋଲି କୁହାଯାଇଛି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ଏହି ନିୟମ ଏପ୍ରିଲ ପହିଲାରୁ ଲାଗୁ କରାଯିବ । କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ନଗର ନିଗମ, ରାଜ୍ୟ ପରିବହନ, ସରକାରୀ ସ୍ୱାୟତ୍ତ ସଂସ୍ଥା ପାଖରେ ଥିବା ୧୫ବର୍ଷର ପୁରୁଣା ଗାଡିକୁ ମଧ୍ୟ ସ୍କ୍ରାପ କରାଯିବ । ହେଲେ ଏହି ନିୟମ ପରିସରକୁ ଆସିବ ନାହିଁ ସେନାର ଗାଡି । ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଗାଡି ନିୟମ ୧୯୮୯ର ଚାପ୍ଟର ୩ର ପରିବର୍ତ୍ତନ କରିଥିଲେ । ଏହା ମାଧ୍ୟମରେ ପୁରୁଣା କାରକୁ ମାର୍କେଟ ରେଗୁଲେସନ ଇକୋସିଷ୍ଟମକୁ ସୁଦୃଢ କରିବାକୁ ପରାମର୍ଶ ଦିଆଯାଇଥିଲା । ସେପଟେ ନିୟମର ପରିବର୍ତ୍ତନ ସହ ପୁରୁଣା ଗାଡିକିଣା ବିକ୍ର କରୁଥିବା ଡିଲରମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ । ଫଳରେ ଗ୍ରାହକମାନେ ଯେଭଳି ଠକାମୀରେ ଶିକାର ନହୁଅନ୍ତି ତା ପ୍ରତି ଧ୍ୟାନ ଦିଆଯିବ । ଡିଲର ଓ ଗାଡିମାଲିକଙ୍କ ମଧ୍ୟରେ ସ୍ୱଚ୍ଛତା ରହିବ ।

Leave A Reply

Your email address will not be published.