ମହଙ୍ଗା ପଡ଼ିଲା ବିଏସ୍‌କେୱାଇ ଜାଲିଆତି

0 70

ପଣ୍ଡା ନର୍ସିଂହୋମର ଲାଇସେନ୍ସ ରଦ୍ଦ କଟକ,୧୯ା୧(ଡିକେ ନ୍ୟୁଜ): କଟକ ସାଉଥ ପଏଣ୍ଟ ପରେ ଆଠଗଡ଼ର ପଣ୍ଡା ନର୍ସିଂହୋମ । ବିଏସ୍‌କେୱାଇ ଜାଲିଆତି ଅଭିଯୋଗରେ ଲାଇସେନ୍ସ ବାତିଲ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ସ୍ୱ୍ୱାସ୍ଥ୍ୟ ବିଭାଗ ବିଏସ୍‌କେୱାଇ ୟୁନିଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗତ ୨ତାରିଖ ରେ ନର୍ସିଙ୍ଗ ହୋମ ପକ୍ଷରୁ ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନହେବାରୁ ୧୧ ତାରିଖରେ ଲାଇସେନ୍ସ ରଦ୍ଦ କରି ଦିଆଯାଇଛି । ରୋଗୀଙ୍କ ଜାଲ ରେଫରାଲ ଦେଇ ବିଏସକେୱାଇ ବିଲ କରୁଥିଲା ଆଠଗଡର ପଣ୍ଡା ନର୍ସିଂହୋମ । କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋ ସରକାର ଆଧାରରେ ଏପର୍ଯ୍ୟନ୍ତ ୧୫ରୁ ୨୦ହସ୍ପିଟାଲକୁ କାରଣ ଦର୍ଶାଓ ନୋଟିସ ହୋଇଛି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଉତ୍ତର ହସ୍ତଗତ ହୋଇଛି । ଯାହାକୁ ରାଜ୍ୟ ବିଏସକେୱାଇ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ତେବେ ପଣ୍ଡା ନର୍ସିଂହୋମର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.