ମସ୍କୋ : ରୁଷ୍ର ଶକ୍ତିଶାଳୀ ସେନା-ଶିଳ୍ପ କାରଖାନାଗୁଡ଼ିକ ଉତ୍ପାଦନ ତ୍ୱରାନ୍ୱିତ କରୁଥିବାରୁ ୟୁକ୍ରେନ୍ ଉପରେ ତାଙ୍କ ଦେଶର ବିଜୟ ସୁନିଶ୍ଚିତ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଭ୍ଲାଦିମି ପୁଟିନ୍ କହିଛନ୍ତି । “ଏୟାର ଡିଫେନ୍ସ୍ ସିଷ୍ଟମ୍’ ନିର୍ମାଣ କରୁଥିବା ସେଣ୍ଟ ପିଟର୍ସବର୍ଗସ୍ଥିତ ଗୋଟାଏ କାରଖାନାର କର୍ମୀମାନଙ୍କୁ ଉଦ୍ବୋଧନ ଦେବା ବେଳେ ପୁଟିନ୍ କହିଛନ୍ତି, ୟୁକ୍ରେନ୍ରେ ରୁଷ୍ର “ବିଶେଷ ସାମରିକ ଅଭିଯାନ’ କାରଣରୁ ସାମଗ୍ରିକ ଭାବେ ସେନା ଉପକରଣ ଉତ୍ପାଦନ ଚାହିଦା ବୃଦ୍ଧି ପାଉଛି । ଶେଷ ପରିଣତି ତଥା ସୁନିଶ୍ଚିତ ବିଜୟ ହାସଲ କରିବା ଦିଗରେ କେତେଗୁଡ଼ିଏ ଜିନିଷ ସହାୟକ ହେଉଛି । ସେଗୁଡ଼ିକ ହେଉଛି, ରୁଷୀୟ ଏବଂ ବହୁଦେଶୀୟ ରୁଷ୍ବାସୀଙ୍କ ଏକତା ଓ ସହାବସ୍ଥାନ, ଅ ।ମ ଯୋଦ୍ଧାମାନଙ୍କର ସାହସ ଓ ବାହାଦୁରି ଏବଂ ଅ ।ପଣମାନଙ୍କ ପରି ଲୋକ ଓ ଅ ।ପଣମାନଙ୍କର ସେନା-ଶିଳ୍ପ ଓ କାରଖାନା ବୋଲି ସେ କହିଛନ୍ତି । ବିଜୟ ଅନିବାର୍ଯ୍ୟ, ଏଥିରେ ମୋର ସନ୍ଦେହ ନାହିଁ ବୋଲି ପୁଟିନ୍ କହିଛନ୍ତି । ସେ କହିଛନ୍ତି, ବିଶ୍ୱର ବାକି ସମସ୍ତ ରାଷ୍ଟ୍ର ନିର୍ମାଣ କରୁଥିବା ବିମାନ-ବିଧ୍ୱଂସୀ କ୍ଷେପଣାସ୍ତ୍ର ସବୁକୁ ମିଶାଇଲେ ଯେତେ ହେବ ରୁଷୀୟ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନି ସବୁ ସେତିକ ପରିମାଣର ବିମାନ-ବିଧ୍ୱଂସୀ କ୍ଷେପଣାସ୍ତ୍ର କରୁଛନ୍ତି । ଏହା ଅ ।ମେରିକା ଉତ୍ପାଦନ କରୁଥିବା ବିମାନ-ବିଧ୍ୱଂସୀ କ୍ଷେପଣାସ୍ତ୍ରଠାରୁ ୩ ଗୁଣ ଅଧିକ । ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେନାରୁ ଅବସର ଗ୍ରହଣ କରିଥିବା ସୈନିକମାନଙ୍କୁ ଉଦ୍ବୋଧନ ଦେବା ବେଳେ ପୁଟିନ୍ କହିଥିଲେ, ଅ ।ଦିମ ରୁଷ୍ ଅଧିବାସୀ ଓ ରୁଷୀୟଭାଷୀଙ୍କ ପ୍ରତିରକ୍ଷା ନିମନ୍ତେ ରୁଷ୍ ୟୁକ୍ରେନ୍ ସହିତ ଲଢ଼େଇ କରୁଛି । ଏକଦା ୟୁକ୍ରେନ୍ର ବହୁଳାଂଶ ରୁଷ୍ ସାମ୍ରାଜ୍ୟର ଅଂଶବିଶେଷ ଥିଲା । ଇତିହାସ ଅନୁସାରେ, ସେସବୁ ଅ ।ମ ଅଞ୍ଚଳ ।