ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦ୍ଘାଟିତ, ଯାଜପୁରର କଳା-ସଂସ୍କୃତି ବିଶ୍ୱ ପାଇଁ ପ୍ରେରଣା

0 68

ଯାଜପୁର, ୨୦ା୧(ଡିକେ ନୁ୍ୟଜ): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଳା ବ୍ୟାସନଗର ଉପକଣ୍ଠ ଯଜାତି କଟ୍ରିୟାଡ ପରିସରରେ ୨ ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିଟ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲରେ ଉଦ୍ଘାଟନ କରି ଯାଜପୁର ଜିଲ୍ଳାର କଳା, ଐତିହ୍ୟ ଓ ସଂସ୍କୃତି ଦେଶ ଓ ବିଶ୍ୱକୁ ଅନବଦ୍ୟ ପ୍ରେରଣା ଦେବ ବୋଲି ବର୍ଣ୍ଣନା କରିବା ସହ ଓଡିଶା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ହସ୍ତଶିଳ୍ପ, ବୟନ ଶିଳ୍ପ ଓ ଚାରୁ କାର୍ଯ୍ୟକୁ ବିଶ୍ୱ ଦରବାରରେ ପରିଚିତ କରି ଏହାର ଚାହିଦା ବଢାଇବା ପାଇଁ ଏହି ସମ୍ମିଳନୀର ମୁଖ୍ୟ ଉଦେ୍ଦଶ୍ୟ ବୋଲି ଉଦ୍ବୋଧନ ଦେଇ ସଫଳତା କାମନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଳ୍ାର ପର୍ଯ୍ୟଟନ ଲୋଗୋ ଉତ୍ସର୍ଗ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶାର ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଯାଜପୁର କଳା ଓ ସଂସ୍କୃତିର ଜିଲ୍ଲା ବୋଲି ଅଭିହିତ କରି ଜଗନ୍ନାଥ ସଡକ ପଥ, ଯଜାତି କେଶରୀଙ୍କ ପୌରାଣିକ ରାଜଧାନୀ ମା’ ବିରଜାଙ୍କ ଶକ୍ତି ପୀଠ, ବୌଦ୍ଧ ଓ ଜୈନ ଧର୍ମର ମହା ମିଳନ ସ୍ଥଳ ଉଦୟଗିରି, ରନôଗିରି ଓ ଲଳିତଗିରିର ଚାରୁକାର୍ଯ୍ୟ ଓ କାରୁକାର୍ଯ୍ୟ ଅନନ୍ୟ ବୋଲି କହିଥିଲେ । ଜିଲ୍ଳାର ଟସର ଶିଳ୍ପର ବିକାଶ ପାଇଁ ଏହି ଅନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ଶିଳ୍ପୀ, କାରିଗର ଓ କଳାକାର ମାନଙ୍କୁ ଜୀବନଧାରଣର ପ୍ରଗତି ସହ ଅନ୍ତର୍ଜାତୀୟ ସ୍ତରରେ ଶିଳ୍ପକୁ ପରିଚିତ କରିବାକୁ ପ୍ରୋତ୍ସାହିତ କରିବ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା କାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଯୋଗଦେଇ କହିଲେ ଯେ, ଜିଲ୍ଳାର ୩୨୦୦ ବୁଣାକାର ଟସର ଶିଳ୍ପର ନିପୁଣ କାରୁକାର୍ଯ୍ୟ କରିଆସୁଛନ୍ତି । ସୁକିନ୍ଦା ଅଞ୍ଚଳର ଟସର ସିଲ୍କ୍ ଓଡିଶା ତଥା ଭାରତର ଗର୍ବ ଓ ଗୌରବ ଅଟେ । ଏହାକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ପ୍ରଥମ ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମିଟ୍ର ଶିଳ୍ପୀ ଓ କଳାକାର ମାନଙ୍କର ଭାବର ଆଦାନ ପ୍ରଦାନରେ ଯାଜପୁର ଜିଲ୍ଳ୍ା ଐତିହ୍ୟ ଓ ସଂସ୍କୃତି ବିଶ୍ୱ ଦରବାରରେ ଚାହିଦା ବୃଦ୍ଧି କରିବ । ସମ୍ମାନିତ ଅତିଥି ଭାବେ ଓଡିଶାର ହସ୍ତତନ୍ତ, ବୟନ ଶିଳ୍ପ ଏବଂ କୁଟୀର ଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ କହିଲେ ଯେ, ଯାଜପୁର ଜିଲ୍ଳ୍ା ନାଭିଗୟା ଓ ରାଜ୍ୟ ସଂସ୍କୃତିର ପ୍ରାଣକେନ୍ଦ୍ର । ଜିଲ୍ଳ୍ାରେ ଖଣିଜ ସମ୍ପଦ ଏବଂ ଉକ୍ରୃଷ୍ଟ କଳାର ଗନ୍ତାଘର । ଓଡିଶାର ପିପିଲି ଚାନ୍ଦୁଆ ଓ ପଟଚିତ୍ର ହସ୍ତକଳା ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ କଟକର ତାରକସି କାମ ଏବଂ ଯାଜପୁରର ଟସର ଶିଳ୍ପ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଦ୍ୱାରା ଓଡିଶାକୁ ବିଶ୍ୱରେ ଏକ ନମ୍ୱର ରାଜ୍ୟ ଭାବେ ଗଢି ତୋଳିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସଭାରେ ସଭାପତିତ୍ୱ କରି ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ମାଜିଷ୍ଟ୍ରେଟ୍ ଚକ୍ରୱର୍ତ୍ତୀ ସିଂହ ରାଠୋର କହିଲେ ଯେ, ସମଗ୍ର ରାଜ୍ୟରେ ଓ ଯାଜପୁର ଜିଲ୍ଳାରେ ଏଭଳି ଅନ୍ତର୍ଜାତୀୟ କ୍ରାଫ୍ଟ ସମିଟ୍ ଭାରତ ବର୍ଷ ଓ ବିଶ୍ୱକୁ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତି ପ୍ରେରଣା ଯୋଗାଇବ । ଓଡିଶା ରାଜ୍ୟ ପ୍ରଶାସନ ଓ ଅନ୍ତର୍ଜାତୀୟ ହକି ସଂଗଠନ ଓଡିଶାରେ ପୁରୁଷ ବିଶ୍ୱ ହକିକପ୍ର କ୍ରୀଡା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପ୍ରଥମ ଅନ୍ତର୍ଜାତୀୟ ହସ୍ତଶିଳ୍ପ ବ୍ୟାସନଗର ଯଜାତି ଅଗଣା ପରିସରରେ ଅନୁଷ୍ଠିତ ହେଉଥିବା ଏକ ଆନନ୍ଦର କଥା ଜିଲ୍ଳାର ଜନସାଧାରଣଙ୍କ ପାଇଁ ଆନନ୍ଦର ବିଷୟ ହେବା ସହ ଓଡିଶାକୁ ସମୃଦ୍ଧ ପଥରେ ସମଗ୍ର ବିଶ୍ୱରେ ଏହି ସମ୍ମିଳନୀ ମାନ୍ୟତା ଦେବ ବୋଲି ସେ କହିଥିଲୋ ସେହିପରି ୨ ଦିନିଆ ସମ୍ମିଳନୀରେ ବିଶ୍ୱର ୧୬ଟି ରାଷ୍ଟ୍ରର ପ୍ରତିନିଧି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଳ୍ାପାଳ ଶ୍ରୀ ରାଠୋର ସୂଚନା ଦେବା ସହ ସମ୍ମିଳନୀର ବିଭିନ୍ନ ଦିଗ, ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ଅଭିଭାଷଣ ରଖିଥିଲେ । ଆଜିର ଉଦ୍ଘାଟନୀ ଉତ୍ସବରେ ସିନେ ତାରକା, ପ୍ରଯୋଜକ, ସଂଯୁକ୍ତ ରାଷ୍ଟ୍ର ପରିବେଶ ଗୁଡ୍ୱିଲ ଆମ୍ୱାସାଡର ଏବଂ ସଂଯୁକ୍ତ ରାଷ୍ଟ୍ରର ମହା ସମ୍ପାଦକ ଆଡଭୋକେଟ ଫର ଏସ୍ଡିଜି, ଇକୋ ଇନଭେଷ୍ଟର, ସବୁଜ ଉଦ୍ୟୋଗୀ ଏବଂ ଗ୍ଳୋବାଲ ଆମ୍ୱାସାଡର ଦିଆ ମିର୍ଜା ଏକ ସାମ୍ୱାଦିକ ସମ୍ମିଳନୀରେ ଆନ୍ତର୍ଜାତୀୟ କ୍ରାଫ୍ଟ ସମିଟ୍ିର ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ୟୁନେସ୍କୋ ସାଂସ୍କୃତିକ ମୁଖ୍ୟ କାର୍ଯ୍ୟକ୍ରମ ବିଶାରଦ ଜୁହ୍ନିହାନ୍ ଯୋଗଦେଇ ଓଡିଶାର ଚାରୁକାର୍ଯ୍ୟ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ, ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍ା ପରିଷଦ ଅଶୋକ କୁମାର ବେଉରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ସଭାରେ ଅତିରିକ୍ତ କମିଶନର, ଜମିଜମା ନଥି, ଯାଜପୁର ରୋଡ ଅକ୍ଷୟ କୁମାର ମଲ୍ଳିକ, ଉପ-ଜିଲ୍ଳ୍ାପାଳ ଗୋପିନାଥ କୁଅଁରଙ୍କ ସମେତ ଜିଲ୍ଳ୍ା ସ୍ତରୀୟ ଅଧିକାରୀ ତଥା ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଳ୍ା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ମିଳିତ ଆନୁ୍ରୂଲ୍ୟରେ ଏହି ଅନ୍ତର୍ଜାତୀୟ ଶିଳ୍ପ ସମିଟ୍ଉ ଦ୍ଘାଟନୀ ଦିବସରେ ଶିଳ୍ପରେ ମହିଳା ମାନଙ୍କୁ ସମ୍ପୃକ୍ତିକରଣ, ଶିଳ୍ପର ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ, ଶିଳ୍ପ ଓ ସଂସ୍କୃତି ଏବଂ ଶିଳ୍ପକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାର ବିଷୟବସ୍ତୁ ଊପରେ ପ୍ରତିନିଧି ବୃନ୍ଦ ଆଲୋଚନା କରିଥିଲେ ।

Leave A Reply

Your email address will not be published.