ବିଏମ୍ସି ପକ୍ଷରୁ ଆରମ୍ଭ ହେଲା ଫାଷ୍ଟ ଅଭିଯାନ ଆସ ଭୁବନେଶ୍ୱରକୁ ଆଦର୍ଶ କରି ଗଢ଼ିବା: ନବୀନ

0 72

ଭୁବନେଶ୍ୱର, ୨୦ା୧(ଡିକେ ନୁ୍ୟଜ): ବିଏମସି ପକ୍ଷରୁ ଆନୁଷ୍ଠାନିକ ଭାବେ ଭୁବନେଶ୍ୱର ଫାଷ୍ଟ ଅଭିଯାନ ଆରମ୍ଭ ହୋଇଛି । ଭଞ୍ଜକଳା ମଣ୍ଡପରେ ଅଭିଯାନର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରକୁ ଜାତୀୟସ୍ତରରେ ସବୁକ୍ଷେତ୍ରରେ ସର୍ବାଗ୍ରେ ରଖିବାକୁ ସମସ୍ତଙ୍କର ସହଯୋଗ ଲୋଡ଼ାଯାଇଛି । ବିଶ୍ୱକପ ହକି ଏକ ମାଧ୍ୟମ ମାତ୍ର, ସହରକୁ ସୁନ୍ଦର ଭାବରେ ସଜେଇବା, ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବା ଦିଗରେ ପ୍ରତ୍ୟେକଙ୍କୁ ସକ୍ରିୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି । ବର୍ତ୍ତମାନ ସିଟି ଆକ୍ଟିଭେସନ ଜରିଆରେ ସହରକୁ ଯେଉଁଭଳି ଭାବେ ସୁନ୍ଦର କରାଯାଇଛି ତାହାକୁ ବଜାୟ ରଖିବାକୁ ହେବ । ଏହାଦ୍ୱାରା ଦେଶର ସଫା ସହର ଇନ୍ଦରକୁ ପଛରେ ପକାଇ ପ୍ରଥମ ସ୍ଥାନକୁ ଯାଇପାରିବା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରତ୍ୟେକ ରାଜଧାନୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.