କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜଙ୍କ ପ୍ରଶଂସା, ଖଣି ପରିଚାଳନା କ୍ଷେତ୍ରରେ ଓଡ଼ିଶା ସର୍ବଶ୍ରେଷ୍ଠ ଉଦାହରଣ

0 71

ଭୁବନେଶ୍ୱର, ୨୦ା୧(ଡିକେ ନୁ୍ୟଜ): ଖଣି ଓ ଖଣିଜ କ୍ଷେତ୍ରରେ ଓଡିଶା ହେଉଛି ସଂଘୀୟ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଉଦାହରଣ । ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟ ଶତ ପ୍ରତିଶତ ଓଡ଼ିଶାର । ଦେଶର ୭୫ ପ୍ରତିଶତ ବକ୍ସାଇଟ, ୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ଉତ୍ପାଦନ ହେଉଛି । ଖଣି କ୍ଷେତ୍ରରେ ପରିଚାଳନା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ବୋଲି କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ କହିଛନ୍ତି । ଖଣି ଉତ୍ପାଦନ ସହ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ ଏବଂ ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭିତ୍ତିଭୂମି କରିବାରେ ଓଡ଼ିଶା ଆଗରେ ରହିଛି । ଖଣି ନିଲାମୀ, ଖଣିର ସର୍ଭେ, ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ଖଣିଜ ପାଣ୍ଠିର ବ୍ୟବହାର ପାଇଁ କେନ୍ଦ୍ରର ପରିବର୍ତ୍ତିତ ଖଣି ଆଇନ କାର୍ଯ୍ୟକାରୀ କରିବାରେ ଓଡିଶା ଅନ୍ୟ ରାଜ୍ୟଙ୍କଠାରୁ ଖୁବ୍ ଆଗରେ ରହିଛି ବୋଲି ଖଣିମନ୍ତ୍ରୀ କହିଛନ୍ତି । ବେଙ୍ଗଲ କର୍ମସ ଅଫ ଚାମ୍ବର୍ସ ପକ୍ଷରୁ ମିନେରାଲ ମାଇନିଂ, ମେଟାଲସ କନକ୍ଲେଭରେ ଓଡ଼ିଶାର ସ୍ୱଚ୍ଛ ଖଣି ପରି·ଳନା ପ୍ରକ୍ରିୟାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.