ସମ୍ବାଦ ଗ୍ରୁପ୍ର ବ୍ରାଣ୍ଡ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆର ଷଷ୍ଠ ସଂସ୍କରଣ ଅତୀତର ଗୌରବକୁ ପୁନର୍ଜୀବିତ କରିବାକୁ ପଡ଼ିବ : ମୁଖ୍ୟମନ୍ତ୍ରୀ

0 69

ଭୁବନେଶ୍ୱର,୨୦ା୧(ଡିକେ ନୁ୍ୟଜ): ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଆଗେଇ ·ଲିଛି । ଦେଶ ବିଦେଶର ବଡ଼ ବଡ଼ ଶିଳ୍ପସଂସ୍ଥା ଓ ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆମ ସରକାର ମଧ୍ୟ ସେମାନଙ୍କୁ ରାଜ୍ୟରେ ଶିଳ୍ପସଂସ୍ଥା ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛି । ସେ ଦିନ ଆଉ ଅଧିକ ସମୟ ନୁହେଁ, ଯେଉଁଦିନ ଓଡ଼ିଶାର ନିଜସ୍ୱ ବ୍ରାଣ୍ଡକୁ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବରେ ଗଣାଯିବ । ଶୁକବ୍ରାର ସମ୍ବାଦଗ୍ରୁପର ବ୍ରାଣ୍ଡ ଅଫ୍ ଓଡିଶା , ପ୍ରାଇଡ ଅଫ ଇଣ୍ଡିଆର ଷଷ୍ଠ ସଂସ୍କରଣ ଉତ୍ସବରେ ଭର୍ଚ୍ଚୁଆଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭିଡିଓ ବାର୍ତ୍ତାରେ ଏହା କହିଛନ୍ତ । ମୁଖ୍ୟମନ୍ତ୍ରୀ କହିଛନ୍ତି
୨୦୩୬ ରେ ଓଡ଼ିଶା ପ୍ରତିଷ୍ଠା ହେବାର ଶତବାର୍ଷିକୀ ପାଳନ କରିବ । ସେହି ସମୟ ସୁଦ୍ଧା ଓଡିଶାକୁ ଏକ ଶିଳ୍ପସଂଖ୍ୟାରେ ସମୃଦ୍ଧ ରାଜ୍ୟ, ଏକ ସଶକ୍ତିକରଣ ରାଜ୍ୟ କରିବା ପାଇଁ ତାଙ୍କ ସରକାରଙ୍କର ଦୂରଦୃଷ୍ଟି ରହିଛି । ଓଡ଼ିଶା ଏବେ ପୁଞ୍ଜି ବିନିଯୋଗ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଦେଶବିଦେଶ କମ୍ପାନୀ ଗୁଡିକ ସେମାନଙ୍କ ଆଗ୍ରହ ପ୍ରକାଶ କରିଛନ୍ତି । ମେକ ଇନ ଓଡିଶା-୩.୦ରେ ଓଡିଶାରେ ୧୦ଲକ୍ଷ କୋଟିର ପୁଞ୍ଜିନିବେଶ କରିବାର ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ୱାରା ୧୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୁଁ ବିଶ୍ୱାସ କରେ ଆମର ସମୟ ଆସିଛି । ଆମେ ଗତି ଧରିଛୁ । ଆମେ ଆମର ପୁରୁଣାକାଳିଆ ନୀତିଗୁଡିକୁ ପରିବର୍ତ୍ତନ କରି ନୂତନ ଆବଶ୍ୟକତା ଅନୁଯାୟୀ ଶିଳ୍ପନୀତି ପ୍ରଣୟନ କରିଛୁ । ଯାହା ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବାରେ ସଫଳ ହୋଇଛି । ଆମେ ମଧ୍ୟ ଆମର ମହିଳା ମାନଙ୍କ ଉପରେ ବିନିଯୋଗ କରୁଛୁ ଏବଂ ଆମର ସେଲ୍ଫ ହେଲ୍ପ ଗ୍ରୁପ୍ଗୁଡ଼ିକୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି । ଆସନ୍ତା ଦିନରେ ସମସ୍ତଙ୍କ ସହଯୋଗରେ ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହେବ ଏଥିରେ ସନେ୍ଦହ ନାହିଁ । ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଏବେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ହେବାରେ ଲାଗିଛନ୍ତି । ଯାହାକୁ ମହିଳା ସଶକ୍ତିକରଣ ଦିଗରେ ଆମେ ଆଗକୁ ବଢୁଛନ୍ତି । ପ୍ରାଚୀନ କାଳରେ ଆମର ସାମୁଦ୍ରିକ ବାଣିଜ୍ୟର ଗୌରବକୁ ଆମେ ଅଧିକାଂଶ ସମୟରେ ସ୍ମରଣ କରିଥାଉ । ଆମେ ସବୁବେଳେ ଆମର ଅତୀତର ଗୌରବ ଉପରେ ଭରସା କରିପାରିବୁ ନାହିଁ । ସେହି ଗୌରବକୁ ପୁନର୍ଜ୍ଜୀବିତ ଏବଂ ପୁନଃ ନିର୍ମାଣ କରିବା ପାଇଁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ)ର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.