ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ, ୬ ଗୁରୁତର

0 69

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ । ନବାଳ ଅଞ୍ଚଳରେ ଦୁଇ ଟି ବିସ୍ଫୋରଣ ହେବା ଫଳରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ନରବାଳ ଟ୍ରାନ୍ସପୋର୍ଟ ନଗର ୟାର୍ଡ ନମ୍ୱର-୨ରେ ଦୁଇଟି ବିସ୍ଫୋରଣ ହୋଇଛି । ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ଘଟଣା ସ୍ଥଳରେ ଜାମ୍ମୁ ଏଡିଜିପି ମୁକେଶ ସିଂହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ମୁକେଶ ସିଂହ କହିଛନ୍ତି, ବିସ୍ଫୋରଣ ଜାମ୍ମୁ ସହର ସ୍ଥିତ ନରବାଳ ଅଞ୍ଚଳରେ ହୋଇଛି । ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋର୍ଦାର କରାଯାଇଛି ବୋଲି ସେ କହିଛନ୍ତି । ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦୁଇଟି ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିସ୍ଫୋରଣକୁ ନେଇ ଆଉ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି, ସେଠାରେ କବାଡ଼ି ଦୋକାନ ରହିଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଏହି କବାଡ଼ି ଦୋକାନରେ ରହିଥିବା କିଛି ବିସ୍ଫୋରକ ସାମଗ୍ରୀରୁ ବିସ୍ଫୋରଣ ହୋଇଛି । ତେବେ ବର୍ତ୍ତମାନ ଯାଏ ଏହାର ସଠିକ କାରଣ ଜଣାପଡ଼ି ନାହିଁ ।

Leave A Reply

Your email address will not be published.