୧୨ବର୍ଷ ପୁରୁଣା ନିୟମରେ ହେବ ସଂଶୋଧନ, ଏଣିକି କମ୍ପୋଜିଟ୍ ସ୍କୁଲରେ ସମାନ ଡ୍ରେସ୍କୋଡ

0 69

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସମାନ ଡ୍ରେସ୍କୋଡ । ପ୍ରଥମରୁ ୧୦ ଶ୍ରେଣୀ ଥିବା କମ୍ପୋଜିଟ୍ ବା ମିଶ୍ର ସ୍କୁଲଗୁଡ଼ିକରେ ଏହି ନିୟମ ଲାଗୁ ହେବ । ଏହାଦ୍ୱାରା ଶିକ୍ଷକଙ୍କ ଭିତରେ ସମାନ ମନୋଭାବ ନେଇ କାମ କରିବାର ଆଗ୍ରହ ସୃଷ୍ଟି ହେବ ବୋଲି ବିଦ୍ୟାଳୟ-ଗଣଶିକ୍ଷା ବିଭାଗ ଅନୁଭବ କରିଛି । କମ୍ପୋଜିଟ୍ ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀମାନେ ହାଇସ୍କୁଲ ପାଇଁ ଲାଗୁ ହୋଇଥିବା ଡ୍ରେସ୍କୋଡ ଅନୁସାରେ ଡ୍ରେସ ପିନ୍ଧିବେ । ରାଜ୍ୟ ସରକାର ଖୁବ୍ଶୀଘ୍ର ଏହାକୁ ଅନୁମୋଦନ କରିବେ । ୧୨ ବର୍ଷ ପୁରୁଣା ନିୟମରେ ଆସିବ ସଂଶୋଧନ । କମ୍ପୋଜିଟ୍ ସ୍କୁଲରୁ ଉଠିବ ଗୋଲାପୀ ଡ୍ରେସକୋଡ । ପ୍ରଥମରୁ ୧୦ ଣ୍ରେଣୀ ଯାଏଁ ଶିକ୍ଷୟିତ୍ରୀ ପିନ୍ଧିବେ ମଠା ରଙ୍ଗର ଶାଢ଼ୀ ଯାହର ବର୍ଡର ମେରୁନ ରଙ୍ଗର ହେବ । ସେହିପରି ଶିକ୍ଷକ ପିନ୍ଧିବେ ଧଳା ସାର୍ଟକୁ କଳା ପ୍ୟାଣ୍ଟ । ଆଗରୁ ଏହା ହାଇସ୍କୁଲ ଶିକ୍ଷକଙ୍କ ଡ୍ରେସ୍କୋଡ ଥିଲା । ଏଣିକି କମ୍ପୋଜିଟ୍ ସ୍କୁଲରେ ଏହି ବ୍ୟବସ୍ଥା ପ୍ରଚଳନ ହେବ । ଯାହାକୁ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପିନ୍ଧିବେ । ଗୋଟିଏ ସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀ ଭିନ୍ନଭିନ୍ନ ପୋଷାକ ପିନ୍ଧିବାରୁ ତାହା ଭେଦଭାବ ସୃଷ୍ଟି କରୁଥିଲା । ତେଣୁ କମ୍ପୋଜିଟ୍ ସ୍କୁଲରେ ସମାନ ଡ୍ରେସ୍କୋଡ ଲାଗୁ କରିବା ପାଇଁ ଦୀର୍ଘ ଦିନରୁ ଶିକ୍ଷକମାନେ ଦାବି କରିଆସୁଥିଲେ । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ରାଜ୍ୟ ସରକାର ଯେଉଁ ଚିନ୍ତା କରିଛନ୍ତି, ତାହାକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି । କମ୍ପୋଜିଟ୍ସ୍କୁ ଲରେ ସମାନ ଡ୍ରେସ୍କୋଡ ଯୋଜନାକୁ ପ୍ରାଥମିକ ସ୍କୁଲ ଶିକ୍ଷକମାନେ ବି ସ୍ୱାଗତ କରିଛନ୍ତି । ପୂର୍ବ ପ୍ରଚଳିତ ଗୋଲାପୀ ଶାଢ଼ୀ ନ ପିନ୍ଧି ହାଇସ୍କୁଲ ଡ୍ରେସ୍କୋଡ ଅନୁସାରେ ପରିଧାନ କରିବା ଦ୍ୱାରା କମ୍ପୋଜିଟ୍ ସ୍କୁଲରେ ସମାନତା ଆସିବ । ଏହା ଆହୁରି ବିକଶିତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ । ୨୦୧୦ ଜୁଲାଇ ୧୫ରେ ଶିକ୍ଷକମାନଙ୍କ ପାଇଁ ଡ୍ରେସ୍କୋଡ ନିୟମ ଆଣିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏହା ପରଦିନ ହିଁ ନିୟମ ଲାଗୁ କରିବାକୁ ନିଦେ୍ର୍ଦଶାନାମା ଜାରି ହୋଇଥିଲା । ଛାତ୍ରଛାତ୍ରୀଙ୍କ ପରି ଶିକ୍ଷକମାନଙ୍କ ପାଇଁ ଡ୍ରେସ୍କୋଡ ନିୟମ ଆଣି ସମସ୍ତଙ୍କୁ ଶିକ୍ଷାର ସମାନ ସୋପାନରେ ରଖି ପାଠପଢ଼ାର ମର୍ଯ୍ୟାଦା ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.