ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦିତ୍ ନାରାୟଣ ଓ ଅନୁପମ ଖେର

0 47

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବଲିଉଡ୍ସି ଙ୍ଗର ଉଦିତ୍ ନାରାୟଣ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଉଦିତ୍ । ଏହି ସାକ୍ଷାତକାର ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ଉଦିତଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ହକି ଜର୍ସି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଡଟ୍ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଛନ୍ତି ଉଦିତ । ସେପଟେ ବଲିଉଡ୍ଅ ଭିନେତା ଅନୁପମ୍ଖେର ମଧ୍ୟ ନବୀନଙ୍କୁ ଭେଟି କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ତାଙ୍କୁ ମଧ୍ୟ ଏକ ହକି ଜର୍ସି ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.